ଓଡ଼ିଶାଲାଇଭ ବ୍ୟୁରୋ

ଭୁଶୁଡ଼ି ପଡ଼ିଲା ଛାତ୍ରୀନିବାସ କୋଠା। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାବେରି ଛାତ୍ରୀନିବାସର ଏକ ବିରାଟ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣା ସମୟରେ ଛାତ୍ରୀମାନେ ଉପସ୍ଥିତ ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନ ଛାତ୍ରୀମାନଙ୍କୁ ଚିଲିକା ଛାତ୍ରୀନିବାସର ନୂଆ କୋଠାକୁ ସ୍ଥାନାନ୍ତର କରାଯାଇଛି।

ଛତ୍ରୀନିବାସର ଶୋଚନୀୟ ଅବସ୍ଥା ନେଇ ଛାତ୍ରୀମାନେ ବାରମ୍ଵାର ଅଭିଯୋଗ କରିଥିଲେ ମଧ୍ୟ କର୍ତ୍ତୁପକ୍ଷ ଶୁଣିନଥିଲେ। ଫଳରେ ଏଭଳି ଏକ ଘଟଣା ଘଟିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସମସ୍ତ ଛାତ୍ରୀ କ୍ଲାସ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ତେବେ ଏଥିରେ କୌଣସି ଛାତ୍ରୀ ଆହାତ ହୋଇନାହାନ୍ତି।

ଘଟଣା ପରେ ବିଶ୍ଵବିଦ୍ୟାଳୟ ବରିଷ୍ଠ ଅଧିକାରୀଙ୍କ ସମେତ କୁଳପତି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶ୍ଵବିଦ୍ୟାଳୟର ଉନ୍ନୟନ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

Comment