ଓଡ଼ିଶାଲାଇଭ ବ୍ୟୁରୋ

୭ବର୍ଷର ଦରମା ନମିଳିବାରୁ ଆଜି ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ପରିସରରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ଠିକା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ଶୁସାନ୍ତ ସାହୁ ବୋଲି ଜଣାପଡ଼ିଛି।

ଶୁସାନ୍ତ ବେକରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ ତାଙ୍କୁ ଅନ୍ୟ କର୍ମଚାରୀମାନେ ଉଦ୍ଧାର କରିଥିଲେ। ଶାସନ୍ତ ୭ବର୍ଷ ହେବ କରୁକୋଣ୍ଡା ବ୍ଲକ ବିଡିଓଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଛନ୍ତି। ସେବେଠୁ ତାଙ୍କୁ ଦରମା ମିଳିନାହିଁ। ଏନେଇ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ପରେ ସେ ଉପାୟଶୂନ୍ୟ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି।

Comment