ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି କାରଗିଲ ବିଜୟ ଦିବସ। ୨୦ ବର୍ଷ ତଳେ ହୋଇଥିବା ଏହି ଯୁଦ୍ଧକୁ ଏବେ ପୂରା ଦେଶ ମନେ ପକାଉଛି। ୧୯୯୯ ଆଜିର ଦିନରେ ଭାରତୀୟ ସେନା ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇ କାରଗିଲ ପାହାଡ଼ରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ଦିବସକୁ ମନେ ପକାଇ ମୋଦି ତାଙ୍କର କିଛି ଫଟୋ ଟୁଇଟରରେ ସେୟାର କରିଛନ୍ତି। ଯେଉଁ ଫଟୋରେ ସେ କିଛି ଯବାନମାନଙ୍କ ସହ ନଜର ଆସିଛନ୍ତି। ଏ ହେଉଛି କାରଗିଲ ଯୁଦ୍ଧ ସମୟର ଫଟୋ।

ମୋଦି ଟୁଇଟ୍‌ରେ ୧୯୯୯ର କାରଗିଲ ଯୁଦ୍ଧ ସମୟର ଫଟୋ ସେୟାର କରି ଲେଖିଛନ୍ତି, ‘‘୧୯୯୯ କାରଗିଲ ଯୁଦ୍ଧ ସମୟରେ ମତେ କାରଗିଲ ଯାଇ ଯବାନମାନଙ୍କ ସହ ମିଶିବାର ସୁଯୋଗ ମିଳିଲା। କାରଗିଲ ଦେଖିବା ଏବଂ ବୀର ଯବାନମାନଙ୍କ ସହ କଥାବର୍ତ୍ତା ହେବା ମୋ ପାଇଁ ସବୁବେଳେ ଅବିସ୍ମରଣୀୟ।’’

ଅନ୍ୟ ଏକ ଟୁଇଟ୍‌ରେ ମୋଦି ଲେଖିଛନ୍ତି, ‘‘କାରଗିଲ ବିଜୟ ଦିବସରେ ମୁଁ ଭାରତର ସମସ୍ତ ଯବାନମାନଙ୍କୁ ହୃଦୟତାର ସହ ସଲାମ କରୁଛି। ଏହି ଦିବସରେ ଆମ ଯବାନମାନଙ୍କର ସାହାସ ଓ ସମର୍ପଣ ମନେ ପଡ଼େ। ଏହି ଦିବସରେ ସହିଦ ହୋଇଥିବା ଯବାନମାନଙ୍କୁ ମୋର ବିନମ୍ରତାର ସହ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ମାତୃଭୂମିକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବଳି ପକାଇ ଦେଇଛନ୍ତି। ଜୟ ହିନ୍ଦ୍‌।’’

ପ୍ରାୟ ୬୦ ଦିନର ଯୁଦ୍ଧ ପରେ ଜୁଲାଇ ୨୬, ୧୯୯୯ ଭାରତ ବିଜୟ ହୋଇଥିଲା। କାରଗିଲ ଯୁଦ୍ଧରେ ଭାରତର ବିଜୟ ପରେ ପ୍ରତିବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ଏହି ଦିନରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପାଳନ ହେଉଛି।

Comment