ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ ନେବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଲେ ଥାନା ଅଧିକାରୀ। ଶୁକ୍ରବାର ମାଲକାନଗିରି ଜିଲ୍ଲା ଟାଉନ୍ ଥାନା ଅଧିକାରୀ ଏବଂ ଦୁଇ ସବ୍‌ ଇନ୍ସପେକ୍ଟର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜିଲ୍ଲାର ଏକ ଘରୋଇ କଲେଜ ନିର୍ଦ୍ଦେଶକ ବିଦ୍ୟୁତ କୁମାର ଦାସଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଏମାନଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଛି।

ଗିରଫ ହୋଇଥିବା ଥାନା ଅଧିକାରୀ ହେଲେ ଆଇଆଇସି ରଞ୍ଜନ କୁମାର ସାହୁ, ସବ ଇନ୍ସପେକ୍ଟର କୁନାଲ କୁମାର ଏବଂ ମାନସ ରଞ୍ଜନ ସ୍ୱାଇଁ।  ଏହି ୩ ଜଣଙ୍କୁ ଭିଜିଲାନ୍ସ ପୋଲିସ୍‌ ଗିରଫ କରିଛି।

ମାଲକାନଗିରି ଜିଲ୍ଲାର ଏକ ଘରୋଇ କଲେଜ ନିର୍ଦ୍ଦେଶକ ବିଦ୍ୟୁତ କୁମାର ଦାସଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକର ଏକ ଟିମ ୩ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲାର ଏକ ଘୋରଇ କଲେଜ ନିର୍ଦ୍ଦେଶକ ବିଦ୍ୟୁତ ଦାସଙ୍କୁ ନିକଟରେ ଜାଲ ସାର୍ଟିଫିକେଟ ଦେଉଥିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ କଲ ଡିଟେଲ ରିପୋର୍ଟ ଦେବା ପାଇଁ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ମାଲକାନଗିରି ଥାନା ଅଧିକାରୀ। ପରେ ଏକ ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା। ଏନେଇ ବିଦ୍ୟୁତ ଭିଜିଲାନ୍ସର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଦ୍ୱାରସ୍ଥ ହୋଇଥିଲା। କଟକରୁ ଏକ ସ୍ୱତନ୍ତ୍ର ଟିମ ଆସି ଲାଞ୍ଚ ନେବା ସମୟ ରେ ଏହି ୩ ଜଣଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ।

Comment