ଓଡ଼ିଶାଲାଇଭ ବ୍ୟୁରୋ

କମିସନରେଟ ପୋଲିସକୁ ବଡ଼ ସଫଳତା। ମଳିଲା କଟକ ଟ୍ରିପଲ ମର୍ଡରରେ ସାମିଲ ଥିବା ସାଇକୋ କିଲରର ସୁରାକ। ୨୪ ଘଣ୍ଟାରେ ୩ଟି ମର୍ଡର କରି ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା କିଲର ଜଣକ ମାନସିକ ରୋଗୀ ବୋଲି ଜଣାପଡ଼ିଛି। ତାକୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପୋଲିସ କମିସନର ସୂଚନା ଦେଇଛନ୍ତି।

ହତ୍ୟାକାରୀ ଜଣକ ସାଇକିଆଟ୍ରିକ ରୋଗୀ। ଗତ କିଛିଦିନ ହେବ କଟକ ଏସସିବିରେ ଚିକିତ୍ସା ହେଉଥିଲା। ଏହି ହତ୍ୟାକରୀ ଜଣକ ଜରି ଗୋଟାଳି ବୋଲି ସୂଚନା ମିଳିଛି। ହତ୍ୟାକାରୀକୁ ଧରିବାକୁ ସାରା ସହରରେ ପଇଁତରା ମାରୁଛି ପୋଲିସ।

କଟକ ସହରରେ ୨୪ ଘଣ୍ଟାରେ ୩ଟି ହତ୍ୟାକାଣ୍ଡ। ପ୍ରଥମେ ରାଣିହାଟ ପରେ ମଙ୍ଗଳାବାଗ ଶେଷରେ ଓ ଶେଷରେ ଓଏମପିରେ ୩ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ଶିକାର ହୋଇଥିଲେ ଗରିବ ଦିନ ମଜୁରିଆ। ସମାନ ଶୈଳୀରେ ୩ ଜଣଙ୍କୁ ବେକ କାଟି ହତ୍ୟା କରାଯାଇଥିବାରୁ ଏହା କୌଣସି ମାନସିକ ରୋଗୀର କାମ ବୋଲି ସନ୍ଦେହ କରାଯାଉଥିଲା।

Comment