ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ବୈପାରୀଗୁଡା ଥାନା ଅନ୍ତର୍ଗତ ମୋସିଗାଁରେ ଶନିବାର ବିଳମ୍ବିତ ରାତିରେ କାଠ ଚୋରା ଚାଲାଣ ବେଳେ କାଠ ଟ୍ରକ ସହ ଦୁଇ ମାଫିଆଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀl ମୋସିଗାଁଠାରୁ କୁନ୍ଦୁରା ଯିବା ରାସ୍ତା କଡ଼ରେ ଥିବା ଆକାଶିଆ ଗଛ କାଟି ମାଫିଆମାନେ ଟ୍ରକରେ ଚୋରା ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିଲେ। ଖବରପାଇ ଗ୍ରାମବାସୀ ଟ୍ରକକୁ ଅଟକ ରଖିବା ସହ ମାଫିଆଙ୍କୁ ଅଟକ ରଖିଥିଲେ।

ଅଟକ ଦୁଇ ଜଣ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ଭୀମ ପ୍ରଧାନ ଏବଂ ଅନ୍ୟ ଜଣେ ବଂଶିଧର ସାହୁ। ପୂର୍ବରୁ ଅନେକ ଥର କାଠ ଚୋରା ଚାଲାଣ ହୋଇଛି। ବନ ବିଭାଗକୁ ଗ୍ରାମବାସୀ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀମାନେ କହିଛନ୍ତି।

Comment