ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା : ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି। ସାତ ଦିନ ଧରି ଚାଲିବ ଏହି ସହିଦ ସପ୍ତାହ।  ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ରାୟଗଡା ଜିଲ୍ଲାର ସବୁ ରୁଟରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଛି। ତେବେ ମାଓ ପ୍ରଭାବିତ ଅଞ୍ଚଳରେ କୋମ୍ବିଂ ଅପେରସନ୍ ଜୋରଦାର କରାଯାଉଛି। ଅପରେସନରେ ଓଡ଼ିଶା ପୋଲିସ, ସିଆରପିଏଫ, ଡିଭିଏଫର ବୋହୁ ସୁରକ୍ଷା କର୍ମୀ ସାମିଲ ହୋଇଛନ୍ତି।

ବିଶେଷକରି କଲ୍ୟାଣସିଂପୁରର ପକଳାହାଣ୍ଡି ବର୍ଡରର ନିୟମଗିରି, ମୁନିଗୁଡା, ଗୁଡାରୀ, ବିଷମକଟକ, ଚନ୍ଦ୍ରପୁରଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଏହି ଅଞ୍ଚଳରେ ପୋଲିସ ପକ୍ଷରୁ ଗାଡିମଟର ଯାଞ୍ଚ ମଧ୍ୟ କରାଯାଉଛି।

Comment