ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ଯୁବପିଢ଼ି ଏତେ ମାତ୍ରାରେ ମୋବାଇଲ ଫୋନ ସହ ଅଭ୍ୟସ୍ତ ହୋଇଗଲେଣି ତାଙ୍କୁ ପ୍ରତିମୁହୂର୍ତ୍ତରେ ମୋବାଇଲର ଆବଶ୍ୟକତା ରହିଥାଏ। ସକାଳୁ ରାତି ଯାଏଁ ମୋବାଇଲର ବ୍ୟବହାର କରିଥା’ନ୍ତି।

କିନ୍ତୁ ଅଧିକ ମାତ୍ରାରେ ମୋବାଇଲ ବ୍ୟବହାର କଲେ ତାହା ଆମ ଅଙ୍ଗ ପ୍ରତ୍ୟେଙ୍ଗକୁ ଦୁର୍ବଳ କରି ଦେଇଥାଏ।  ମୋବାଇଲର ବହୁଳ ବ୍ୟବହାର ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ କିଭଳି ଭାବରେ ଏହା ତ୍ୱାଚାକୁ କ୍ଷତି ପହଁଚାଇଥାଏ?

ବହୁଳ ଭାବେ ମୋବାଇଲ ବ୍ୟବହାର କଲେ ଆଖି ତଳେ କଳା ଦାଗ, ମୁହଁ ଶୁଷ୍କ, ଚର୍ମ କୁଞ୍ଚନ ଦେଖାଯିବାର ମୁଖ୍ୟ କାରଣ ହୋଇଥାଏ। ମୋବାଇଲରୁ ଆସୁଥିବା ଲାଇଟ୍ ଆମ ତ୍ଵଚା ସହ ଆଖି ପାଇଁ ଖରାପ ହୋଇଥାଏ।

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମୋବାଇଲ କମ୍ ବ୍ୟବହାର କରନ୍ତୁା

ତ୍ୱଚାରେ ଘିକୁଆଁରି ଜେଲ୍‌ ଲଗାଇପାରିବେ। ଏହାକୁ ଲଗାଇ ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ପାରିବ। ଫୋନ ବ୍ୟାକ୍ଟେରିଆର ଗନ୍ତାଘର। ସେଥିପାଇଁ ପ୍ରତିଦିନ ଫୋନକୁ ସଫା ରଖିବା ସହ ଇୟର ଫୋନ ବ୍ୟବହାର କରନ୍ତୁ।

ମୋବାଇଲ ପ୍ରତିଦିନ ବ୍ୟବହାର କରିବା ଫଳରେ ଆପଣଙ୍କ ତ୍ୱଚାର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆସିଥାଏା ତେବେ ଉଜ୍ୱଳ ତ୍ୱଚା ପାଇଁ ପ୍ରତିଦିନ ଶୋଇବାର ୨ ଘଣ୍ଟା ପୂର୍ବରୁ ଫୋନଠାରୁ ଦୂରେଇ ରହନ୍ତୁ।

LEAVE A REPLY

Please enter your comment!
Please enter your name here