ଓଡ଼ିଶାଲାଇଭ ବ୍ୟୁରୋ

ଦୀର୍ଘ ଦିନର ଲଢ଼େଇ ପରେ ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ। ଜିଆଇ ଟ୍ୟାଗ ମିଳିବା ପରେ ଓଡ଼ିଶା ରସଗୋଲାକୁ ଏକ ନୂଆ ପରିଚୟ ମିଳିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି।

ସେ ଟୁଇଟ କରି କହିଛନ୍ତି, ଏ କଥା କହି ଖୁସି ଅନୁଭବ ହେଉଛି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ପ୍ରାପ୍ତ ହୋଇଛି। ଛେନାରେ ପ୍ରସ୍ତୁତ ଏହି ସ୍ୱାଦିଷ୍ଟ ରସଗୋଲାକୁ ଓଡ଼ିଶା ସମେତ ସାରାବିଶ୍ୱରେ ପସନ୍ଦ କରାଯାଏ। କାହିଁ ପ୍ରାଚୀନ କାଳରୁ ଏହି ରସଗୋଲା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରସାଦ ଲାଗି ହୁଏ।’’

ରସଗୋଲା ଓଡ଼ିଶାର ଏବଂ ଓଡ଼ିଆ ଖାଦ୍ୟ ରୁଚି ମଧ୍ୟରେ ସବୁଠୁ ଆଦରଣୀୟ ମିଠା, ଏବେ ଏକଥା ଆଉ ଓଡ଼ିଶାର ଭୌଗୋଳିକ ସୀମା ଭିତରେ ସୀମିତ ହୋଇ ରହିବ ନାହିଁ। ଜିଆଇ ଟ୍ୟାଗ୍‌ ଓଡ଼ିଶା ରସଗୋଲାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ୱୀକୃତି ଦେବା ପାଇଁ ଆଉ ଏକ ପାହାଚ ହେବ।

Comment