ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବ ଓଡ଼ିଶା ସଚିବାଳୟର ନାଁ। ଏଣିକି ରାଜ୍ୟ ସଚିବାଳୟର ନାଁ ‘ଲୋକସେବା ଭବନ’ ହେବ। ସୋମବାର ବିଧାନସଭାରେ ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ଚାଲିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟର ନାଁ ବଦଳିବା ନେଇ ଘୋଷଣା କରିଛନ୍ତି।
ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, “ଗଣତନ୍ତ୍ରରେ ଜନତା ପ୍ରଭୁ, ଆମେ ତାଙ୍କ ସେବା କରିବାକୁ ଅଛୁ। ଲୋକଙ୍କ ଆଶା ପୂରଣ ପାଇଁ ଆମର କଠିନ ପରିଶ୍ରମ ଜାରି ରହିବ।”
ଏଣିକି ଓଡ଼ିଶା ସଚିବାଳୟର ନାଁ ହେବ ‘ଲୋକସେବା ଭବନ’।