ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କକ୍ଷକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।

ଲୋକସେବା ଭବନର ଏହି ସମ୍ମିଳନୀ କକ୍ଷରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟ ଦେଖିବାକୁ ମିଳିବ। ଏଥିସହିତ ଏହି କକ୍ଷଟି ସୌର ଶକ୍ତି ସାହାଯ୍ୟରେ ଚାଲିପାରିବ ବୋଲି କୁହାଯାଇଛି। ଦୁଇ ମହଲା ବିଶିଷ୍ଟ ଏହି ସମ୍ମିଳନୀ କକ୍ଷର ତଳ ମହଲାରେ ୩୯୦ ସିଟ୍ ବିଶିଷ୍ଟ ସମ୍ମିଳନୀ କକ୍ଷ ରହିଥିବାବେଳେ ଭିଡିଓ ଦେଖିବା ପାଇଁ ଗୋଟିଏ କାନ୍ଥରେ ଏଲଇଡି ମଧ୍ୟ ଲାଗିଛି। ଏହି ସମ୍ମିଳନୀ କକ୍ଷ ଉଦଘାଟିତ ହେବା ପରେ ରାଜ୍ୟ ସରକାର ଏଣିକି ନିଜର ସମସ୍ତ ମିଟିଂ ଏଠାରେ କରିପାରିବେ। ଏଥିପାଇଁ ଆଉ ତାରକା ହୋଟେଲ ଭଡ଼ାରେ ନେବାକୁ ପଡ଼ିବ ନାହିଁ।ଏହାସହିତ ତଳ ମହଲାରେ ୯୦ ସିଟ୍ ବିଶିଷ୍ଟ ଖାଇବା ହଲ୍ ରହିଛି। ସେହିପରି ଉପର ମହଲାରେ ଦୁଇଟି ଛୋଟ ଛୋଟ ସମ୍ମିଳନୀ କକ୍ଷ ସହ ଲାଇବ୍ରେରି, ପୁଡ୍ ପ୍ଲାଜା ଓ କାର୍ଯ୍ୟାଳୟ ରହିଛି।

ବହୁ ବର୍ଷ ଧରି ଲୋକସେବା ଭବନରେ ସମ୍ମିଳନୀ କକ୍ଷରୁ ଅଭାବ ରହିଥିଲା। ତେଣୁ ରାଜ୍ୟ ସରକାର ଏହି ସମ୍ମିଳନୀ କକ୍ଷର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା ଏହାର କାମ ଶେଷ କରି ଏହାକୁ ଉଦଘାଟନ୍  କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କାର୍ଯ୍ୟ ନସରିବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।

Comment