ଓଡ଼ିଶାଲାଇଭ ବ୍ୟୁରୋ

କଟକରେ ଆତଙ୍କ ମଚାଇଥିବା ସାଇକୋ କିଲର ସନ୍ଦେହରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି। ଯୁବକ ଜଣକ ହେଉଛନ୍ତି ନାରାୟଣ ସାହୁ। ତାଙ୍କ ଘର ଗଞ୍ଜାମ ଅଞ୍ଚଳରେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ତାକୁ ଅଟକ ରଖି ପଚରାଉଚରା ଜରି ରଖିଛି।

ସନ୍ଦିଗ୍ଧ ଜଣକୁ ରବିବାର ରାତିରେ ମଙ୍ଗଳାବାଗ ଅଞ୍ଚଳରୁ ଧରାଯାଇଥିଲା। ଏନେଇ ଡିସିପି କହିଛନ୍ତି, “ଜଣେ ଯୁବକକୁ ସାଇକୋ କିଲର ସନ୍ଦେହରେ ଅଟକ ରଖାଯାଇ ପଚରାଉଚରା ଚାଲିଛି। ସେ ସାଇକୋ କିଲର କି ନୁହେଁ ଏଯାଏଁ ଜଣାପଡିନାହିଁ। ଘଟଣାର ତଦନ୍ତ ଶେଷ ହେବା ପରେ ଏହା ସ୍ପଷ୍ଟ ହେବ।“

କଟକରେ ୨୪ ଘଣ୍ଟା ମଧ୍ୟରେ ୩ଜଣ ଲୋକଙ୍କୁ ବେକ କାଟି ହତ୍ୟା କରାଯାଇଥିଲା। ସେହିପରି ଗତକାଲି ରାତିରେ ଜୋବ୍ରାରେ ଜଣେ ମହିଳାଙ୍କୁ ତାଙ୍କ ଘର ଛାତ ଉପରେ ତଣ୍ଟି କାଟିବାକୁ ଉଦ୍ୟମ କରାଯାଇଥିଲା ମାତ୍ର ମହିଳା ଜଣକ ଏଥିରୁ ବର୍ତ୍ତି ଯାଇଥିଲେ। ଏହି ଘଟଣା କମିସନରେଟ ପୋଲିସର ନିଦ ହଜାଇ ଦେଇଛି। ବିଳମ୍ଵିତ ରାତି ଯାଏଁ ସହରର ବିଭିନ୍ନ ଅଞ୍ଚଳରେ ପଇଁତରା ମାରିଥିଲା ପୋଲିସ।

Comment