ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟକଙ୍କ ପାଇଁ ୩ ମାସ ହେଲା ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲିଠୁ ଖୋଲିବ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜନଗର ବନ ବିଭାଗ।

ଭିତରକନିକାରେ କୁମ୍ଭୀର ଗଣନା, କୁମ୍ଭୀର ପ୍ରଜନନ ଋତୁ ପାଇଁ କେନ୍ଦ୍ରାପଡ଼ାସ୍ଥିତି ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ ଗତ ଜୁନ ୧ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ଦୀର୍ଘ ୩ ମାସ ଧରି ବନ୍ଦ ରଖାଯାଇଥିଲା।

ପ୍ରଜନନ ସମୟରେ ବଉଳା କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ତେଣୁ, ପର୍ଯ୍ୟଟକଙ୍କ ପାଇଁ ଆକ୍ରମଣର ଭୟ ଥିବାରୁ ଭିତରକନିକାକୁ ବନ୍ଦ କରାଯାଇଥିଲା।

Comment