ଓଡ଼ିଶାଲାଇଭ୍ ବ୍ୟୁରୋ

ଉକୁଣି ସମସ୍ତ ମହିଳାଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ମୁଣ୍ଡରେ ଉକୁଣି ରହିବାର ପ୍ରଥମ ଲକ୍ଷଣ ହେଲା ମୁଣ୍ଡ କୁଣ୍ଡାଇହେବା ଓ କେଶ ଝଡ଼ିବା। ମୁଣ୍ଡରେ ଥରେ ଉକୁଣି ହେଲେ ବହୁତ ଶୀଘ୍ର ଏମାନଙ୍କ ସଂଖ୍ୟା ବଢ଼ି ଯାଇଥାଏ ଓ ତାଙ୍କୁ କାଢ଼ିବା ବହୁତ କଷ୍ଟକର ହୋଇ ଯାଏ।

ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ଉକୁଣି ସମସ୍ୟାରୁ ମୁକ୍ତି ପାଇବେ।

 ପିଆଜ ରସ

ପିଆଜ ରସକୁ ମୁଣ୍ଡରେ  ଲଗାଇବା ଦ୍ୱାରା ଏହାର ବାସ୍ନାରେ ଉକୁଣିମାନେ ମରି ଯାଇଥାନ୍ତି। ପିଆଜ ରସକୁ ଲଗାଇବା ପରେ କେଶକୁ ଭଲ ଭାବରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ପରେ ପାନିଆ ସାହାଯ୍ୟରେ କେଶକୁ ଭଲ ଭାବରେ କୁଣ୍ଡାଇଦିଅନ୍ତୁ। ପିଆଜ ରସ କେଶ ଉପୁଡ଼ିବା ମଧ୍ୟ କମ୍ କରିଥାଏା

ଲେମ୍ବୁରସ

ଲେମ୍ବୁରସକୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ କେଶରେ ଲଗାଇ ରଖନ୍ତୁ। ଏହାପରେ ଭଲଭାବରେ କେଶକୁ ଥଣ୍ଡାପାଣିରେ ଧୋଇଦିଅନ୍ତୁା

ରସୁଣ ଓ ଲେମ୍ବୁରସ

ରସୁଣର ବାସ୍ନା ଉକୁଣିକୁ ନିଶ୍ୱାସ ନେବାକୁ ଦିଏନାହିଁ। ଯାହା ଫଳରେ ଉକୁଣିମାନେ ମରି ଯାଇଥାନ୍ତି।

ପ୍ରଥମେ ରସୁଣ ଓ ଲେମ୍ବୁରସକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ମୁଣ୍ଡରେ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ଅଳ୍ପ ଉଷୁମ ପାଣିରେ ଭଲ ଭାବରେ ମୁଣ୍ଡକୁ ଧୋଇ ଦିଅନ୍ତୁ।

ନିମ୍ବରସ କିମ୍ବା ନିମ୍ବ ତେଲ

ନିମ୍ବରସ କିମ୍ବା ନିମ ତେଲ ଉକୁଣି ବାହାର କରିବାରେ ଔଷଧ ରୂପେ କାର୍ଯ୍ୟ କରେ। ନିମ୍ବପତ୍ରକୁ ବାଟି ତାହାର ରସକୁ ବାହାର କରନ୍ତୁ। ସେହି ରସକୁ ଆପଣ ଏକ ଘଣ୍ଟାଧରି ମୁଣ୍ଡରେ ଲଗାଇ ରଖନ୍ତୁା ନିମ୍ବ ତେଲକୁ ଗରମ କରି କେଶରେ ଲଗାଇ ଚାରିରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ପାନିଆ ସାହାଯ୍ୟରେ ମୁଣ୍ଡକୁ ଭଲ ଭାବରେ କୁଣ୍ଡାଇଦିଅନ୍ତୁ ।

ଟି ଟ୍ରି ତେଲ

ଏହି ତେଲ ଆଣ୍ଟିସେପଟିକର କାମ କରେ। ଯାହା ଉକୁଣିକୁ ମୁଣ୍ଡରୁ ହଟାଇବାରେ ସାହାଯ୍ୟ କରେ। ତିନି ଚାମଚ ନଡ଼ିଆ ତେଲରେ ୫-୬ ବୁନ୍ଦା ଏହି ତେଲ ମିଶ୍ରଣ କରନ୍ତୁ। ଏହାପରେ ଏହାକୁ ଭଲ ଭାବରେ କେଶରେ ମସାଜ କରନ୍ତୁ।

ଏହି ସମସ୍ତ ଉପାୟକୁ ସପ୍ତାହକୁ ୨ ଥର କରନ୍ତୁ ଏବଂ ଉକୁଣି ସମସ୍ୟାରୁ ମୁକ୍ତି ପାଆନ୍ତୁ।

Comment