ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ବର୍ଷା ଦିନରେ ଶିଶୁଙ୍କ କ୍ଷେତ୍ରରେ ପେଟ ଜନିତ ସମସ୍ୟା ଦେଖାଦେଇଥାଏା ହଜମ ସମସ୍ୟା ସହିତ ପେଟ ମାରିବା, ପେଟ ଦରଜ ଓ ବାନ୍ତି ସମସ୍ୟାରୁ ଦୂରେଇ ରହିବା ପାଇିଁ କିଛି ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ।

ବର୍ଷାଦିନେ ଜଳବାୟୁ ଓଦା ରହିବାରୁ ଅଧିକ ଜୀବାଣୁ ସୃଷ୍ଟି ହୋଇଥାଏା ତେଣୁ ଶିଶୁମାନଙ୍କୁ ଫାଷ୍ଟଫୁଡ କିମ୍ବା ବାହାର ଖାଦ୍ୟଠାରୁ ଦୂରେଇ ରହନ୍ତୁ। ଏହା ସହିତ ସେମାନଙ୍କର ଡାଏଟ୍ ରୁଟିନ୍‌ରେ କିଛି ପରିବର୍ତ୍ତନ ଆଣନ୍ତୁା

ପେଟ ଦରଜ ଏବଂ ହଜମ ସମସ୍ୟା ଦୂର କରିବା ପାଇିଁ ଶିଶୁଙ୍କୁ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁା କଦଳୀରେ ଥିବା ପୋଷଣ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏା

ପିଲାଙ୍କୁ ଆମ୍ବ, ସେଓ ଅଧିକ ପରିମାଣରେ ଦିଅନ୍ତୁା ସେଓ ଖାଇବା ଫଳରେ ହଜମ ଶକ୍ତି ବୃଦ୍ଧି ହୋଇଥାଏ। ସେଓରେ ଆଇରନ୍ ଓ ଫାଇବର ମାତ୍ରା ଅଧିକ ରହିଥାଏା

ଅଧିକ ପରିମାଣର ତେଲ ମସଲା ଯୁକ୍ତ ଖାଦ୍ୟ ଶିଶୁମାନଙ୍କଠାରୁ ଦୂରେଇ ରଖନ୍ତୁା ଶିଶୁମାନଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ଦିଅନ୍ତୁ। ଯାହାଫଳରେ ସେମାନଙ୍କ ହଜମ ଶକ୍ତି ବୃଦ୍ଧି ପାଇବ ଓ ପେଟ ସମସ୍ୟା ଦୂର ହେବ।

Comment