ଓଡ଼ିଶାଲାଇଭ୍ ବ୍ୟୁରୋ

 ଘି କୁଆଁରୀ, ଡାଲଚିନି, କଲରା, ମେଥି ଓ ଅଦାକୁ ଦୈନନ୍ଦିନ ଆହାରରେ ସାମିଲ୍ କରନ୍ତୁ ଓ ଡାଇବେଟିସ ନିୟନ୍ତ୍ରଣ କରନ୍ତୁ।

ଡାଇବେଟିସର ଚିକିତ୍ସା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ, ନିର୍ଦ୍ଦିଷ୍ଟ ଆହାର ଅନୁସରଣ ଓ ନିୟମିତ ଔଷଧ ସେବନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରକୃତି ମଧ୍ୟ କେତେକ ଚିକିତ୍ସା ଖଞ୍ଜି ଦେଇଛି। ତାହାକୁ ଦୈନନ୍ଦିନ ଜୀବନରେ ସାମିଲ୍ କରିଆମେ ଡାଇବେଟିସର ପ୍ରଭାବକୁ କମ୍‌ କରିପାରିବା। ଯେମିତିକି:

ଆଲୋଭେରା

ଘି କୁଆଁରୀ ବା ଆଲୋଭେରା କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସହାୟକ ହୋଇନଥାଏ ଏହା ମଧ୍ୟ ବର୍ଗ ୨ ଡାଇବେଟିସ୍ ଦେଖାଦେବାକୁ ମନ୍ଥର କରିଥାଏ। ତେଣୁ ଘି କୁଆଁରୀର ରସ ଫଳରସ ବା ପାଣିରେ ମିଶାଇ ପିଅନ୍ତୁ। ଯଦି ତାଜା ଘି କୁଆଁରୀ ମିଳେ ନାହିଁ ତେବେ ଏହାରବଜାରରେ ମିଳୁଥିବା ରସ ବା ବଟିକା ମଧ୍ୟ ଖାଇପାରିବେ।

ଡାଲ୍‌ଚିନି

ଡାଲ୍‌ଚିନି ସମସ୍ତଙ୍କ ରୋଷେଇ ଘରେ ରହିଥାଏ ଏହା ମିଷ୍ଟାନ୍ନ, ତରକାରୀ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟରେ ବ୍ୟବହୃତ ହୋଇଥାଏ। ଏହାର ସ୍ୱାଦ ମିଠା ମିଠା ହୋଇଥାଏ। ଡାଲ୍‌ଚିନି ଗ୍ଲୁକୋଜ୍‌ର ସ୍ତର କମ୍ କରିଥାଏ ଏବଂ ଇନସୁଲିନର ପ୍ରଭାବରେ ସୁଧାର ଆଣିଥାଏ। ଖାଲି ସେତିକିନୁହେଁ ରକ୍ତଚାପ କମ୍‌ କରେ, ଶରୀରର ଓଜନ କମ୍‌ କରେ ଓ ହଜମ ଶକ୍ତିରେ ଉନ୍ନତି ଆଣେ। ତେଣୁ ଦୈନିକ ଆହାରରେ ଡାଲ୍‌ଚିନି ଗୁଣ୍ଡ ସାମିଲ୍ କରନ୍ତୁ।

କଲରା

କଲରା ରସ ପିଇବା କେତେକଙ୍କୁ ଭଲ ଲାଗିନପାରେ କିନ୍ତୁ ଏହାକୁ ଭାଜି, ସିଝାଇ ବା ତରକାରୀରେ ପକାଇ ଖିଆଯାଇପାରିବ। ମଝିରେ ମଝିରେ ବା ସପ୍ତାହରେ ଦୁଇ ତିନି ଦିନ କଲରା ଖାଇଲେ ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ଔଷଧର ବ୍ୟବହାର କମିଯିବାର ପରିଲକ୍ଷିତହୋଇଛି।

ମେଥି

ମେଥି ମଞ୍ଜି ମଧ୍ୟ ରକ୍ତ ଶର୍କରା ସ୍ତର କମ୍ କରିବାରେ ସହାୟକ ହୋଇପାରେ। ଏହି ମଞ୍ଜି ଖାଦ୍ୟତନ୍ତୁ ଓ ରାସାୟନିକ ପଦାର୍ଥ ଧାରଣ କରେ ଯାହାକି ଶ୍ୱେତସାର ଏବଂ ଶର୍କରା ହଜମକୁ ମନ୍ଥର କରିବାରେ ସହାୟକ ହୋଇଥାଏ।

ଏହା ବର୍ଗ ୨ ଡାଇବେଟିସ ଦେଖାଦେବା ପ୍ରତିହତ କରୁଥିବା ବା ବିଳମ୍ବିତ କରୁଥିବାର ପ୍ରମାଣ ମଧ୍ୟ ଗବେଷଣାରୁ ମିଳିଛି। ଏହି ମଞ୍ଜି ଶରୀରରେ ଇନସୁଲିନର ସ୍ତର ବୃଦ୍ଧି କରିଥାଏ ଫଳରେ ରକ୍ତ ଶର୍କରା ସ୍ତର କମ୍‌ ହୋଇଥାଏ। ଏହା ମଧ୍ୟ କୋଲେଷ୍ଟ୍ରଲ୍ ସ୍ତର କମ୍‌ କରିବାରେସାହାଯ୍ୟ କରିଥାଏ। ଆପଣ ମେଥି ମଞ୍ଜିକୁ ନିର୍ଦ୍ଦିଷ୍ଟ ତରକାରୀରେ ପକାଇ ଖାଇପାରିବେ, ଏହାକୁ ଗୁଣ୍ଡ କରି ଉଷୁମ ପାଣିରେ ମିଶାଇ ଖାଇପାରିବେ ବା ବଜାରରେ ମିଳୁଥିବା କ୍ୟାପ୍‌ସୁଲ୍ ଆକାରରେ ମଧ୍ୟ ଖାଇପାରିବେ। ଦିନକୁ ୫ ଗ୍ରାମ୍‌ ମେଥିଗୁଣ୍ଡ ଖାଆନ୍ତୁ ଓ ଡାଇବେଟିସକୁଦୂରେଇ ରଖନ୍ତୁ।

ଅଦା

ହଜାର ହଜାର ବର୍ଷ ଧରି ଅଦା ଔଷଧ ଭାବରେ ବ୍ୟବହୃତ ହୋଇଆସୁଛି। ଅଦା ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ଶରୀରର ଇନସୁଲିନ୍ ପ୍ରତିରୋଧକତା ହ୍ରାସ କରିପାରେ। ଅଦାକୁ ଆମେ ଗୁଣ୍ଡ କରି କିମ୍ବା କାଟି ଛେଚି ତାହାର ରସ ଖାଇପାରିବା କିମ୍ବା ଖାଦ୍ୟରେ ପକାଇ ଖାଇପାରିବା। ଚା’ରେ ଅଦା ଛେଚି କିମ୍ବା ଅଦା ରସ ମଧ୍ୟ ପିଇପାରିବା। ଦୈନିକ ଖାଦ୍ୟରେ ଅଦାକୁ ସାମିଲ୍ କରନ୍ତୁ ଓ ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ନିଜକୁ ଶକ୍ତିଶାଳୀ କରନ୍ତୁ।

Comment