ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଆଗରେ ୧୬୮ ରନ୍ର ଟାର୍ଗେଟ୍ ଦେଇଛି ଭାରତ। ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରରେ ୫ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଛି।
ଭାରତ ପକ୍ଷରୁ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଧୂଆଧାର ଅର୍ଦ୍ଧଶତକ ଖେଳିଛନ୍ତି। ରୋହିତ ୬ଟି ଚୌକା ଏବଂ ୩ଟି ଛକା ବଳରେ ୫୧ ବଲ୍ରେ ୬୭ ରନ୍ ସଂଗ୍ରହ କରିଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି ୨୮ ରନ୍ କରିଥିବା ବେଳେ ଶୀଖର ଧାୱନ ୨୩ ରନ୍ରେ ପାଭିଲିୟନ ଫେରିଛନ୍ତି।

ତେବେ ସମସ୍ତଙ୍କ ନଜରରେ ଥିବା ଯୁବା ୱିକେଟ୍କିପର ରିଷଭ ପନ୍ତ ଆଜି ଭଲ ପ୍ରଦର୍ଶନ କରିପାଣି ନାହାନ୍ତି। ପନ୍ତ ମାତ୍ର ୫ଟି ବଲ୍ ଖେଳି ଥୋମାସଙ୍କ ବଲ୍ରେ କ୍ୟାଚ୍ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ।
ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଆଗରେ ୧୬୮ ରନ୍ର ବିଜୟଲକ୍ଷ୍ୟ। ପୂର୍ବ ମ୍ୟାଚ୍ର ଭୁଲ ସୁଧାରି ଭାରତକୁ ପରାସ୍ତ କରିବା ସହ ସିରିଜରେ ବରାବରି ହେବା ଲକ୍ଷ୍ୟ ନେଇ ଇଣ୍ଡିଜ ଦଳ ପଡ଼ିଆକୁ ଓହ୍ଲାଇଛନ୍ତି।


















