ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଛେଦ ହେବା ପରେ ଜମ୍ମୁ କଶ୍ମୀର ମହିଳାମାନଙ୍କୁ ମିଳିବ ଅସଲ ସ୍ୱାଧୀନତା।

ଧାରା ୩୭୦ ଲାଗୁ ହୋଇଥିବା ବେଳେ ଜମ୍ମୁ କଶ୍ମୀରରେ ଅଜବ ନିୟମ ପ୍ରଚଳିତ ହେଉଥିଲା। କଶ୍ମୀର ମହିଳାଙ୍କୁ ପାକିସ୍ତାନୀ ପୁରୁଷ ବିବାହ କଲେ ଏଠି ତାଙ୍କୁ ନାଗରିକତ୍ୱ ମିଳୁଥିଲା। ହେଲେ ଏବେ ୩୭୦ ଉଛେଦ ହେବା ପରେ ଏହି ଅଜବ ନିୟମ ବନ୍ଦ ହେବ। ପାକିସ୍ତାନ ନାଗରିକ ଭାରତରେ ପଶିବା ପାଇଁ ଯେଉଁ ବାଟ ରହିଥିଲା ତାହା ବନ୍ଦ ହୋଇଯିବ।

ବଦଳିଲା ଇତିହାସ। ୭୦ ବର୍ଷ ହେଲା ଯାହା ହୋଇପାରୁ ନଥିଲା ତାହା ଆଜି ହିଁ ସମ୍ଭବ ହୋଇଛି। ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଛେଦ ହୋଇଛି। ଏହି ଧାରା ଉଛେଦ ହେବା ପରେ ଜମ୍ମୁ କଶ୍ମୀର ମହିଳାମାନଙ୍କୁ ମିଳିବ ଅସଲ ସ୍ୱାଧୀନତା।

ଏହି ଧାରା ହଟିବା ପରେ ଅନ୍ୟ ଭାରତୀୟ ମହିଳାଙ୍କ ଭଳି ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ମଧ୍ୟ ସମାନ ଅଧିକାର ମିଳିବ।

ଜମ୍ମୁ-କଶ୍ମୀର ମହିଳା ଅନ୍ୟ କେଉଁ ଦେଶର ପୁରୁଷମାନଙ୍କୁ ବିବାହ କରିବା ଫଳରେ ଉକ୍ତ ମହିଳାଙ୍କ ନାଗରିକତା ହରାଇବାକୁ ପଡ଼ୁଥିଲା। କିନ୍ତୁ ଏହି ଧାରା ହଟିବା ପରେ ଏହା ହେବ ନାହିଁ। ବିବାହ ପରେ ବି କଶ୍ମୀର ମହିଳାମାନଙ୍କୁ ତାଙ୍କ ନାଗରିକତ୍ୱ ହରାଇବାକୁ ପଡ଼ିବ ନାହିଁ। ପୁରୁଷମାନଙ୍କ ଭଳି ସେମାନେ ମଧ୍ୟ ସବୁ ସୁବିଧା ପାଇପାରିବେ।

ଯଦି କୌଣସି ପାକିସ୍ତାନର ପୁଅ କଶ୍ମୀର ଝିଅଙ୍କୁ ବିବାହ କରୁଥିଲେ ତାହାଲେ ସେହି ପୁଅକୁ କଶ୍ମୀରର ନାଗରିକତ୍ୱ ମିଳୁଥିଲା। କଶ୍ମୀରର ନାଗରିକ ହେବା ପାଇଁ ପାକିସ୍ତାନର ଲୋକଙ୍କ ପାଇଁ ସବୁ ରାସ୍ତା ଖୋଲା ରହିଥିଲା। ହେଲେ ଏବେ ସବୁ ରାସ୍ତା ବନ୍ଦ ହୋଇଯିବ।

ଧାରା ୩୭୦ ହଟିବା ପରେ ମହିଳାମାନଙ୍କୁ ସମାନ ଦରମା ମିଳିବାର ଅଧିକାର ରହିବ।

ଜମ୍ମୁ କଶ୍ମୀରର ମୁସଲିମ୍‌ ମହିଳାମାନେ ସରିୟତ ଆଇନ ଅଧିନରେ ଆସୁଥିଲେ। ବାହାଘରଠାରୁ ଆରମ୍ଭ କରି ତଲାକ୍‌ ପର୍ଯ୍ୟନ୍ତ ମାମଲା ସବୁ ସରିୟତ ଆଇନ ଅନୁସାରେ ହେଉଥିଲା। ଭାରତୀୟ ସମ୍ବିଧାନର ନିୟମ ଏଠି ଲାଗୁ ହୋଇପାରୁ ନଥିଲା।

ଏବେ ଧାରା ୩୭୦ ଉଛେଦ ହେବା ପରେ ଭାରତୀୟ ମହିଳାମାନେ ଯେଉଁ ଆଇନ ସହାୟତା ପାଉଛନ୍ତି ତାହା ଜମ୍ମୁ କଶ୍ମୀରର ମହିଳାମାନେ ପାଇ ପାରିବେ।

Comment