ଓଡ଼ିଶାଲାଇଭ ବ୍ୟୁରୋ

ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଶୋମବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଦିନିକିଆ ଓ ଟି-୨୦ରେ ଅଧିକ ଧ୍ୟାନ ଦେବେ ବୋଲି ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ।

ଷ୍ଟେନ୍ କହିଛନ୍ତି, “ମୁଁ ଭଲ ପାଉଥିବା କ୍ରିକେଟର ଏକ ଫର୍ମାଟରୁ ଅବସର ନେଉଛି। ମୋ ମତରେ ଟେଷ୍ଟ କ୍ରିକେଟ ହିଁ କ୍ରିକେଟର ଅସଲ ରୂପ। ବର୍ତ୍ତମାନ ଟି-୨୦ ଓ ଦିନିକିଆରେ ଅଧିକ ଧ୍ୟାନ ଦେବି ଓ ଅଧିକରୁ ଅଧିକ କେମିତି କ୍ରିକେଟରେ ରହିବି ସେଥିପ୍ରତି ଯତ୍ନବାନ ହେବି।”

ଷ୍ଟେନ୍ ଦକ୍ଷିଣ ଆଫ୍ରିକା ପକ୍ଷରୁ ୯୩ ଟେଷ୍ଟ ଖେଳି ୪୩୯ ଓ୍ଵିକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ସେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ଓ୍ଵିକେଟ ହାସଲକାରୀ ହୋଇଛନ୍ତି। ଗତ ଫେବ୍ରୃଆରୀରେ ସେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ତାଙ୍କ ଅବସର ଘୋଷଣା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି।

Comment