ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୪୭, ଅଗଷ୍ଟ ୧୫। ଭାରତ ଇତିହାସରେ ଏକ ସ୍ୱର୍ଣ୍ଣିମ ଦିନ। କୋଟି କୋଟି ଭାରତୀୟ ଏହି ଦିନକୁ ଏକ ଉତ୍ସବ ଭଳି ପାଳନ କରନ୍ତି। ହେଲେ ଯେତେବେଳେ ସ୍ୱାଧୀନତା ଦିବସ କଥା ଆସେ ସେତେବେଳେ ମନେ ପଡ଼ିଯାଏ ଭାରତ ଓ ପାକିସ୍ତାନର ବିଭାଜନ କଥା।

ଏହି ବିଭାଜନରେ ଅନେକ ଲୋକ ପ୍ରଭାବିତ ହୋଇଥିଲେ। କିଛି ଏହି ନିଷ୍ପତ୍ତିର ସପକ୍ଷରେ ଥିଲା ବେଳେ ଆଉ କିଛି ଏହାକୁ ବିରୋଧ କରିଥିଲେ।

କିଏ ଦାୟୀ?

ଦୁଇ ଭାଗରେ ବିଭାଜନ ହେବା ପରେ ଭାରତ, ପାକିସ୍ତାନ ସ୍ୱାଧୀନତା ପାଇଥିଲେ। ଅନେକ ଏହି ବିଭାଜନ ପାଇଁ ବ୍ରିଟେନର ଛଳନା, ମୁସଲମ୍‌ ଲିଗର କୂଟନୀତି, କଂଗ୍ରେସର ଦାୟିତ୍ୱହୀନତାକୁ ଦାୟୀ କରନ୍ତି।

ଇତିହାସ ପୃଷ୍ଠା ଓଲଟାଇଲେ ଆମେ ଦେଖିବା ଯେ ୧୯୪୬ ମସିହା ବେଳକୁ ଭାରତର ସ୍ଵାଧୀନତା ଘୋଷଣାକୁ ଦେଶର ଅନେକ ନେତୃବର୍ଗ ଅପେକ୍ଷା କରି ରହିଥିଲେ। ଖାନ ଅବଦୁଲ ଗଫର ଖାନ ଓ ମୌଲାନା ଅବୁଲ କଲମ ଆଜାଦ ଭାରତ ପାକିସ୍ତାନ ବିଭାଜନକୁ ବିରୋଧ କରୁଥିଲେ। କିନ୍ତୁ ମୁସଲିମ ଲିଗ ନେତା ମହମ୍ମଦ ଅଲି ଜିନା ଯେଉଁ ଜିଦ ଧରିଥିଲେ ତାହା ହେଲା ଭାରତକୁ ହିନ୍ଦୁ ଓ ମୁସଲମାନ ରାଷ୍ଟ୍ର ଭାବରେ ଦୁଇଭାଗ କରିଦେବା।

ଶେଷରେ ଭାରତ, ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ସେହି ସମୟରେ ହିନ୍ଦୁ, ମୁସଲମାନ ଧର୍ମକୁ ନେଇ ସାଂପ୍ରଦାୟିକ ଦଙ୍ଗା ମଧ୍ୟ ହୋଇଥିଲା।

ସ୍ୱତନ୍ତ୍ରତା ପୂର୍ବରୁ ଅନେକ ମାସ ଯାଏଁ ଦେଶ ବିଭାଜନକୁ ନେଇ ଦୁଇ ଦେଶ ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା। ଶେଷରେ ଏହି ବିବାଦ ହିଂସାର ରୂପ ନେଇଥିଲା।

ଯେତେବେଳେ ଦେଶ ବିଭାଜନ ହେଲା ସେତେବେଳେ ଦେଶରୁ ଦୁଇ ବଡ ରାଜ୍ୟ ତଥା ପଂଜାବ ଏବଂ ବଙ୍ଗଳା ବା ବେଙ୍ଗଲକୁ ମଧ୍ୟ ଧାର୍ମିକ ଦୃଷ୍ଟିକୋଣରୁ ବାଣ୍ଟି ଦିଆଯାଇଥିଲା। ଯାହାର ସୂଚନା ସ୍ୱାଧୀନତାର ଦୁଇ ଦିନ ପରେ ଜାଣିବାକୁ ମିଳିଥିଲା।

ଭାରତ ଏବଂ ପାକିସ୍ତାନ ବିଭାଜନ ଲକ୍ଷ ଲକ୍ଷ ଜନତାଙ୍କୁ ନିଜ ଦେଶରେ ହିଁ ପର କରିଦେଇଥିଲା। ସେମାନଙ୍କୁ ନିଜ ଘରଦ୍ୱାର ଛାଡି ନୂଆ ଦେଶକୁ ଯିବାକୁ ପଡିଥିଲା।

ତେବେ ପାଖାପାଖି ଶହେ କୋଟି ଲୋକ ଭାରତରୁ ପାକିସ୍ତାନ ଏବଂ ପାକିସ୍ତାନରୁ ଭାରତକୁ ଚାଲି ଆସିଥିଲେ। ଏହି ସମୟରେ ଦେଶରେ ଭୟଙ୍କର ସାଂପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା। ଯେଉଁଥିରେ ପ୍ରାଣ ହରାଇଥିଲେ ଶତାଧିକ ଜନତା।

ଅନ୍ୟପଟେ, ଏହି ହିଂସାର ଗଭୀର ପ୍ରଭାବ ପଡିଥିଲା ପଞ୍ଜାବ ଉପରେ। ଯେଉଁଠାରେ କି ବର୍ଷ ବର୍ଷ ଧରି ଶିଖ୍ , ମୁସଲମାନ ଏବଂ ହିନ୍ଦୁ ସଂପ୍ରଦାୟ ରହି ଆସୁଥିଲେ। କିନ୍ତୁ ଦେଶର ବିଭାଜନ ପରେ ଏମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଶତ୍ରୁ ମନୋଭାବ। ଦେଶ ସ୍ୱାଧୀନ ହୋଇଥିଲେ ମଧ୍ୟ ଭାରତ ବିଭାଜନକୁ ନେଇ ଖୁସି ନଥିଲେ ମହାତ୍ମା ଗାନ୍ଧି।

Comment