ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ଅକ୍ଟୋବର ୨ରେ ସାରାଦେଶ ପାଳିବ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ। ଏଥିପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଗାନ୍ଧୀଜୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମ ହେଉଛି ଅହିଂସା କୁଇଜ୍‌। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅହିଂସା ମନ୍ତ୍ର। ଜିଲ୍ଲା, ବ୍ଲକ ସ୍ତରରେ ପ୍ରାୟ ୬୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅହିଂସା ଉପରେ ସଚେତନ କରାଯିବ। ସବୁ ସ୍କୁଲରେ ଅହିଂସା ପ୍ରସଙ୍ଗରେ ଡିବେଟ୍‌ ଓ କୁଇଜ ପ୍ରତିଯୋଗିତା ହେବ।

ଆସନ୍ତା ସେପ୍ଟେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ସବୁ ସ୍କୁଲରେ କାର୍ଯ୍ୟକ୍ରମ ହେବ। ଏଥିରେ କୃତୀ ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୨ରେ ପୁରସ୍କୃତ କରାଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

Comment