ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁରରେ ଅଗଷ୍ଟ ୮ ତାରିଖରେ ପାଳନ କରାଯାଉଛି। ଏନେଇ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଜିଲ୍ଲାର ୧୪ଟି ବ୍ଲକ  ଗୋଟିଏ ପୋରାଞ୍ଚଳ ଓ ୩ଟି ଏନଏସିରେ ଏହି କୃମି ଔଷଧ ବଣ୍ଟନ କରାଯିବା ନେଇ ପ୍ରସ୍ତୁତି ଚାଲିଛି।

ଜିଲ୍ଲାର ୨ହଜାର ୮୯୯ଟି ସରକାରୀ ଓ ବେସରକାରୀ ସ୍ଲୁଲରେ ଏହି ଔଷଧ ବଣ୍ଟନ କରାଯିବ। ଏହି ସ୍ଲୁଲ ମଧ୍ୟରୁ ୧୮୮ଟି ବେସରକାରୀ ସ୍ଲୁଲ ରହିଛି। ୧ବର୍ଷ ରୁ ୧୯ ବର୍ଷ ବୟସ ଭିତରେ ଥିବା ସମସ୍ତ ବାଳକ ବାଳିକାଙ୍କୁ ଏହି ଔଷଧ ଦିଆଯିବ। ଜିଲ୍ଲାର ୩ହଜାର ୨୬୪ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଏହି ଔଷଧ ବଣ୍ଟନ କରାଯିବ। ସ୍କୁଲ ଛାତ୍ରଛାତ୍ରୀ ଓ ଅଙ୍ଗବାଡ଼ିକୁ ମିଶାଇ ୫ଲକ୍ଷ ୧୧ହଜାର ୬୯୬ ଜଣ ଛାତ୍ରଛାତ୍ରୀଙ୍କୁ କୃର୍ମି ଔଷଧ ଦେବା ନେଇ ଲକ୍ଷ୍ୟ ରଖିଛି ପ୍ରଶାସନ।

ଏନେଇ ଆଜି ୧୪ଟି ବ୍ଲକ, ଏନଏସି ଓ ପୌରାଞ୍ଚଳରେ ସ୍କୁଲର ଅଧିକାରୀଙ୍କୁ ଛାତ୍ରଛାତ୍ରୀ ସଂଖ୍ୟା ଅନୁଯାୟୀ ଔଷଧ ଦିଆଯାଇଛି। ଗୁରୁବାର ୮ତାରିଖ ଦିନ ସମସ୍ତ ସ୍କୁଲରେ ବଣ୍ଟନ କରାଯିବ। ଯେଉଁ ଛାତ୍ରଛାତ୍ରୀ ଏହି ଔଷଧ ୮ ତାରିଖରେ ଖାଇପାରିବେନି ସେମାନଙ୍କ ପାଇଁ ୧୬ ତାରିଖରେ ଔଷଧ ପୁଣି ଔଷଧ ଦିଆଯିବ।

Comment