ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟିକୁ ସ୍ଵାଦ ଲାଗୁନଥିଲେ ବି ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ବନ୍ଧାକୋବି ଜୁସ୍‌। ଆକର୍ଷଣୀୟ ଲୁକ୍ ଠାରୁ ଆରମ୍ଭ କରି କ୍ୟାନସର ଭଳି ରୋଗ ଦୂର କରିବାରେ ସହାୟକ ହୋଇଥାଏ ଏହି ଜୁସ୍‌।

ବନ୍ଧାକୋବିକୁ ତରକାରୀ,ସାଲାଡ ଆଦିରେ ବ୍ୟବହାର କରାଯାଏ। ହେଲେ,ଏହାର ବହୁବିଧ ରୋଗନାଶକାରୀ କ୍ଷମତା ବି ରହିଛି। ଓଜନ ହ୍ରାସ କରାଇବାରେ ବି ମୁଖ୍ୟ ଭୂମିକା ଗ୍ରହଣ କରେ। ଏଥିରେ ସେଲୁଲୋଜ୍ ନାମକ ପଦାର୍ଥ ଥିବାରୁ ନିୟମିତ ଏହାକୁ ଖାଇବା କୋଲେଷ୍ଟେରଲ କମାଇଥାଏ।

ଆକର୍ଷଣୀୟ ଲୁକ୍: ଆକର୍ଷଣୀୟ ଲୁକ୍ ଚାହୁଁଥିଲେ ଡାଏଟିଂରେ ଏହାର ଜୁସକୁ ସାମିଲ କରନ୍ତୁ । ବନ୍ଧାକୋବିରେ ଥିବା ଭିଟାମିନ ଇ ଏବଂ ସିଲିକନ୍ ନୂଆ କେଶ ଉଠିବାରେ ସହାୟକ ହୋଇଥାଏ।

ଚର୍ବି ହଟାଇବା: ଶରୀରର ମେଟାବଲିଜମ ସୁସ୍ଥ ରଖିବା ଲାଗି ପ୍ରତିଦିନ ବନ୍ଧାକୋବିର ଜୁସ୍ ପିଇବା ଉଚିତ। ଏଥିରେ ଥବା ଚର୍ବି ହଟାଇବା ଗୁଣ ସହ ମିନେରାଲ୍ସ ଏବଂ ଆଇରନ୍ ତଥା ସଲଫର ପ୍ରଚୁର ପରିମାମରେ ରହିଥାଏ।

କାଶ, ପିତ୍ତ,ରକ୍ତ ବିକାର ତଥା କୁଷ୍ଠରୋଗ ନିରାକରଣ: ବନ୍ଧାକୋବିରେ ଫାଇବର,କେରୋଟିନ୍, ଭିଟାମିନବି-୧, ବି-୬,କେ,ସି ବ୍ୟତୀତ ଅନେକ ପୋଷଣ ରହିଛି। ତେବେ ଏହାକୁ କେବଳ ଶୀତଦିନେ ଖାଇବା ଲାଭଦାୟକ। କାରଣ, ଖରାଦିନେ ବନ୍ଧାକୋବିରେ ପୋକ ହୋଇଯାଆନ୍ତି। ଏହା କାଶ, ପିତ୍ତ,ରକ୍ତ ବିକାର ତଥା କୁଷ୍ଠରୋଗ ନିରାକରଣ ସହ ଭୋକ ମଧ୍ୟ ବଢାଇଥାଏ।

ହାଡ଼ ମଜବୁତ: ବନ୍ଧକୋବିରେ କ୍ଷୀର ଭଳି କ୍ୟାଲସିୟମ ରହିଥାଏ। ଯାହା ହାଡକୁ ମଜଭୂତ କରିବା ସହ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ। ତେବେ ଏହାର ରସ ସହ ଗାଜରର ରସ ସମ ପରିମାଣରେ ମିଶାଇ ଏହାକୁ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

ଦାନ୍ତ ସମସ୍ୟା: ଦାନ୍ତ ମାଢିରୁ ରକ୍ତ ବାହାରୁଥିଲେ ବନ୍ଧାକୋବିର ପତ୍ର ଖାଇବା ଏଥିପାଇଁ ଉପକାରୀ ହୋଇଥାଏ।

କୋଷ୍ଠକାଠିନ୍ୟ: କୋଷ୍ଠ୍ୟକାଠିନ୍ୟରେ ଆକ୍ରାନ୍ତ ଥିଲେ ବନ୍ଧାକୋବି ଖାଆନ୍ତୁ। ଏଥିରେ ଥିବା ତନ୍ତୁ ହଜମ କ୍ରିୟା ଉନ୍ନତ କରିଥାଏ।

କ୍ୟାନସର: କ୍ୟାନସର ଆକ୍ରାନ୍ତ ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ। କୋବିର ସତେଜ ପତ୍ର ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀରକୁ କିଛି ମାତ୍ରାରେ ଉପଶମ ଦେଇଥାଏ।

Comment