ଓଡ଼ିଶାଲାଇଭ ବ୍ୟୁରୋ

କୋରାପୁଟର ସୁନାବେଡ଼ାଠାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ) ଫ୍ୟାକ୍ଟ୍ରିରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସୁଦାମ ମହାନ୍ତି ବୋଲି ଜଣାପଡ଼ିଛି।

ଫ୍ୟକ୍ଟ୍ରିରେ କାମ କରୁଥିବା ସମୟରେ ଏକ କମ୍ପ୍ରେସର ଫାଟିଯିବା ଫଳରେ କର୍ମଚାରୀ ଜଣକ ଜଳିଯାଇଥିଲେ। ଏଥିରେ ତାଙ୍କ ଶରୀର ୯୦ ପ୍ରତିଶତ ଜଳିଯାଇଥିଲା। ତାଙ୍କୁ ହାଲ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ପୂର୍ବରୁ ଝାରସୁଗୁଡ଼ା ଆଲୁମିନିୟମ ପ୍ଲାଣ୍ଟରେ ନିଆଁ ଲାଗି ୭ଜଣ ଆହତ ହୋଇଥିଲେ। ଏହାପରେ ଅନୁଗୁଳର ନାଲକୋରେ ଅଗ୍ନିକାଣ୍ଡ ଘଟି ୪ଜଣ ଆହତ ହୋଇଥିଲେ। ଏଥିରେ ବର୍ତ୍ତମାନ ୨ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି।

Comment