ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାବା ସାହେବ ଆମ୍ବଡେକର, ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ, ଅଟଳବିହାରୀ ବାଜପେୟୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ ହୋଇଛି। ଜମ୍ମୁ-କଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାର ମିଳିବାକୁ ଯାଉଛି। ଧାରା ୩୭୦ ଏବଂ ୩୫ ଏ ଉଛେଦ ହୋବ ପରେ ଜମ୍ମୁ କଶ୍ମୀରରେ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି’’, ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ ଉଛେଦ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ଏହି ଅବସରରେ ମୋଦି ଜମ୍ମୁ କଶ୍ମୀରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

‘‘ଧାରା ୩୭୦ ଏବଂ ୩୫ ଏ ଯୋଗୁଁ ଜମ୍ମୁ କଶ୍ମୀରବାସୀ ବିଛିନ୍ନତାବାଦ, ଆତଙ୍କବାଦ, ପରିବାରବାଦ ଆଦିରେ ଚାପରେ ପେଶି ହୋଇ ଯାଉଥିଲେ। ଭାରତ ସରକାରଙ୍କ ଯୋଜନା ଏଠାରେ ପହଞ୍ଚିପାରୁ ନଥିଲା। କେନ୍ଦ୍ର ସରକାର ମହିଳାଙ୍କ ବିକାଶ ପାଇଁ ଯେଉଁସବୁ ଯୋଜନା କରୁଛନ୍ତି ସେଥିରୁ ଜମ୍ମୁ କଶ୍ମୀରର ମା’ ଭଉଣୀମାନେ ବଞ୍ଚିତ ହେଉଥିଲେ। ଏବେ ସେମାନଙ୍କୁ ସେମାନଙ୍କ ଅଧିକାର ମିଳିବ’’, କହିଛନ୍ତି ପ୍ରଧାନମନ୍ତ୍ରୀ।

‘‘ଦେଶର ଅନ୍ୟ ରାଜ୍ୟରେ ସଫେଇ କର୍ମଚାରଙ୍କ ପାଇଁ ଆଇନ ରହିଛି। ହେଲେ ଜମ୍ମୁ କଶ୍ମୀରରେ ଏହି ନିୟମ ଲାଗୁ ହେଉନି। ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାର ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଆଇନ ରହିଛି। ହେଲେ ଜମ୍ମୁ କଶ୍ମୀରରେ ଏହି ଆଇନ ନଥିଲା। ଏବେ ସେ ସବୁ ଯୁଗର ଅନ୍ତ ଘଟିବାକୁ ଯାଉଛି’’, କହିଛନ୍ତି ମୋଦି।

ରାଜ୍ୟପାଳ ଶାସନ ଲାଗୁ ହେବା ଦିନରୁ ଜମ୍ମୁ କଶ୍ମୀରର ରୂପରେଖ ବଦଳିଛି। ଏଠାରେ ସଡ଼କ ଯୋଜନାରେ ନୂଆ ରାସ୍ତା ତିଆରି ହେଉଛି।

Comment