ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲାର ଭୁମିଆ ସମ୍ପ୍ରଦାୟର ଆଦିବାସୀ ମହିଳା ରାଇମତୀ ଘିଉରିଆଙ୍କୁ ଜୈବ ବିବିଦ୍ଧତା ସଂରକ୍ଷଣ ପାଇଁ ଆନ୍ତର୍ଜାତୀକ ପୁରସ୍କାର ମିଳିଛି। ଚେନ୍ନାଇସ୍ଥିତ ଏମ୍‌ଏସ୍‌ ସ୍ୱାମିନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନର ୩୦ ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜିତ ଏକ ଆନ୍ତର୍ଜାତୀକ ସମ୍ମିଳନୀରେ ରାଇମତୀଙ୍କୁ ପୁରସ୍କୃତ କରାଯାଇଛି।

ରାଇମତୀ ଘିଉରିଆ ହେଉଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁନ୍ଦ୍ରା ବ୍ଲକର ନୂଆଗୁଡା ଗ୍ରାମର ଜଣେ ଭୁମିଆ ସମ୍ପ୍ରଦାୟର ମହିଳା। ଖୁବ୍‌ କମ ବୟସରେ ସେ ଏହି ପୁରସ୍କାରରେ ସମ୍ମାନିତ ହୋଇ ପାରିଛନ୍ତି। ଏମ୍‌ଏସ୍‌ ସ୍ୱାମିନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ ସବୁବେଳେ ଏହି ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ସହ ଜାତୀୟ ତଥା ଆନ୍ତର୍ଜାତୀକ ସ୍ତରରେ ପରିଚୟ ଆଣିବାରେ ସହାୟକ ହୋଇଥାଏ।

ଘିଉରିଆ ବହୁତ କମ ବୟସରୁ ହିଁ  କୃଷି, ସାମାଜିକ ବ୍ୟବସ୍ଥା, ଜୀବନ ଜୀବିକାର ଉନ୍ନତି, ଜୈବ ବିବିଦ୍ଧତାର ସଂରକ୍ଷଣ, ମହିଳା ସଶକ୍ତିକରଣ ଆଦି ଅନେକ ପ୍ରଗତୀମୂଳକ କାର୍ଯ୍ୟରେ ସାମିଲ ହୋଇ ଆସିଛନ୍ତି। ଏପର୍ଯ୍ୟନ୍ତ ସେ ପଞ୍ଚବଟୀ ଗ୍ରାମ ଉନ୍ନୟନ ସମିତି ସହ ମିଶି ୬୦ରୁ ଅଧିକ ପ୍ରକାରର ଧାନ ଏବଂ ୧୨ରୁ ଅଧିକ କିସମର ମାଣ୍ଡିଆ ଏବଂ ଅନ୍ୟ ଶସ୍ୟ ସଂରକ୍ଷଣ କରିବା ଦିଗରେ କାମ କରିସାରିଛନ୍ତି।

Comment