ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପାକିସ୍ତାନ କରିଥିବା ଆବେଦନ ଖାରଜ କରିଛି ଜାତିସଂଘ। ଉଭୟ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନ କରି ବିବାଦର ସମଧାନ କରିବାକୁ ଜାତିସଂଘ ପରାମର୍ଶ ଦେଇଛି। ଏଥିସହ ଦୁଇ ଦେଶ ସଂଯମତା ରଖିବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁତରାସ ଆହ୍ୱାନ ଦେଇଛନ୍ତି।

୧୯୭୨ ମସିହା ସିମଲା ରାଜିନାମା ଓ ଜାତିସଂଘର ନୀତି ଅନୁଯାୟୀ ବିବାଦର ସମାଧାନ ଉପରେ ଜାତିସଂଘ ଗୁରୁତ୍ୱ ଦେଇଛି। ଜମ୍ମୁ କଶ୍ମୀର ପୁନର୍ଗଠନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପାକିସ୍ତାନ ପକ୍ଷରୁ ଜାତିସଂଘକୁ ଅନୁରୋଧ କରାଯାଇଥିଲା।  ଭାରତର ଏଭଳି ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ପାକିସ୍ତାନ କହିଥିଲା।

ସିମଲା ରାଜିନାମା

୧୯୭୨ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିମଳା ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ପାକିସ୍ତାନ ତତ୍କାଳୀନ ରାଷ୍ଟ୍ରପତି ଜୁଲିଫିକର ଭୁଟ୍ଟୋଙ୍କ ଉପସ୍ଥିତିରେ ଏହି ରାଜିନାମା ହୋଇଥିଲା।

ଏହି ରାଜିନାମା ଦୁଇ ଦେଶ ମଧ୍ୟରେ ଥିବା ଆପୋଷ ସମାଧାନ ଉପରେ ଗୁରୁତ୍ୱ ଦେଇଥାଏ। ସମସ୍ତ ବିବାଦର ଦୁଇ ଦେଶ ମଧ୍ୟରେ ସିଧାସଳଖ ଆଲୋଚନା ଏହି ରାଜିନାମାରେ ପାଇଁ ପ୍ରସ୍ତାବ ରହିଛି।

ଉଭୟ ଦେଶ ପରସ୍ପରର ଜାତୀୟ ଏକତା, ଭୌଗଳିକ ସୀମା, ରାଜନୈତିକ ସ୍ୱାଧୀନତା ପ୍ରତି ସମ୍ମାନ ଜଣାଇବେ।

Comment