ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନ୍ର ରୂପ ନେବା ପରେ ରାଜ୍ୟରେ ଲଗାଣ ବର୍ଷା ଲାଗିରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି।

ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ ୬୦୭.୯୭ ଫୁଟ୍‌ରେ ପହଞ୍ଚିଲାଣି। ଡ୍ୟାମ୍‌କୁ ସେକେଣ୍ଡ ପିଚ୍ଛା ୧ଲକ୍ଷ ୯୦ ହଜାର ଘନଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପିଚ୍ଛା ୬ ହଜାର ଘନଫୁଟ୍ ଜଳ ନିଷ୍କାସନ ହୋଇଛି।

ଏହି ଜଳପତ୍ତନ ବୃଦ୍ଧି ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ହେଲେ ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା ରହିଛି।

ନିକଟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିଲା। ପଳରେ ୩ଟି ଗେଟ୍ ଖୋଲାଯାଇଥିଲା।

ଅନ୍ୟପଟେ ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି।

LEAVE A REPLY

Please enter your comment!
Please enter your name here