ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜର ଆଜି ଦ୍ଵିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଦଳ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧଓ୍ଵନ ପାଳି ଆରମ୍ଭ କରିବେ।

ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଓ୍ଵେଷ୍ଟଇଣ୍ଡିଜ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଓ୍ଵେଷ୍ଟଇଣ୍ଡିଜର ଫାବିଆନ ଆଲେନ୍‌ ଅସୁସ୍ଥ କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଓଶାନି ଟମାସ ସାମିଲ ହୋଇଛନ୍ତି। ପ୍ରଥମ ଦିନିକିଆ ବର୍ଷା କାରଣରୁ ବାତିଲ ହୋଇଥିଲା।

ଭାରତ ଏକାଦଶ: ରୋହିତ ଶର୍ମା, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ଶ୍ରେୟସ ଆୟର୍, କେଦାର ଯାଦବ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଖଲୀଲ ଅହମ୍ମଦ, କୁଲଦୀପ ଯାଦବ।

ୱେଷ୍ଟଇଣ୍ଡିଜ୍ ଏକାଦଶ: କ୍ରିସ୍ ଗେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍ (ୱିକେଟକିପର), ଶିମରନ୍ ହେଟମେୟର୍, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), ଓଶାନି ଟମାସ୍, କାର୍ଲସ୍ ବ୍ରାଥୱେଟ୍, କେମାର ରୋଚ୍, ଶେଲଡନ୍ କଟ୍ଟରେଲ୍।

Comment