ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରାବଣର ଶେଷ ସୋମବାର କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ୫୦ ହଜାର ଶିବ ଭକ୍ତଙ୍କ ସମାଗମ ହୋଇଛି। ଜୟପୁର ଦେଇ ଗୁପ୍ତେଶ୍ୱର ଯିବା ରାସ୍ତାରେ ପଛ କୁ ପଛ ହଜାର ହଜାର ଭକ୍ତଙ୍କ ଧାଡି ଲାଗିଥିଲା।  ହାତରେ କାଉଡ଼ି ସହ ଦେହରେ ଗେରୁଆ ବସ୍ତ୍ର ତୁଣ୍ଡ ରେ ‘ହର ହର ମହାଦେବ’ ନାମରେ ଆଗେଇ ଚାଲିଥିଲେ କାଉଡିଆ।

ଏହି ପ୍ରସିଦ୍ଧ ମନ୍ଦିରକୁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଆସିଥିଲା ବେଳେ ରାଜ୍ୟ ବାହାରୁ ବହୁ ଭକ୍ତ ଏହି କାଉଡ଼ି ଯାତ୍ରାରେ ସାମିଲ ହୋଇଛନ୍ତି।

ଜୟପୁର ରୁ ୧୨ କି. ମି ଦୂର କୋଲାବ ନଦୀ ନିକଟରେ ପହଞ୍ଚି ସେଠାରେ ସ୍ନାନ କରି ପାଣି ଉଠାଇ ନେଇ ଗୁପ୍ତେଶ୍ୱର ଅଭିମୁଖେ ଯାତ୍ରା କରଥିଲେ।

ଗୁପ୍ତେଶ୍ୱର ଯିବା  ବାଟରେ  ଭକ୍ତମାନଙ୍କୁ  ବିଭିନ୍ନ ସଂଗଠନ ଖାଇବା ସହ ପାନୀୟର ବ୍ୟବସ୍ଥା କରିଥିଲେ। ଲମ୍ବା ଧାଡିରେ ଭକ୍ତ ମାନେ ଠିଆ ହୋଇ ଗୁମ୍ପା ଭିତରେ ପ୍ରବେଶ କରି ଗୁପ୍ତେଶ୍ୱରଙ୍କ ଉପରେ ଜଳଲାଗି କରିଥିଲେ।

Comment