ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରସିଦ୍ଧ ବୈଜ୍ଞାନିକ ତଥା ଇସ୍ରୋର ପ୍ରତିଷ୍ଠାତା ବିକ୍ରମ ସାରାଭାଇଙ୍କ ଆଜି ୧୦୦ ତମ ଜନ୍ମଦିନ। ୧୯୧୯ ମସିହା ଆଜିର ଦିନରେ ଅହମ୍ମଦାବାଦରେ ଜନ୍ମ ଗ୍ରହଣ କରିଥିଲେ ସାରାଭାଇ। କେମ୍ବ୍ରିଜରେ ପାଠ ପଢ଼ାପରେ ୧୯୪୭ ସେ ଭାରତ ଫେରିଥିଲେ। ଏହାପରେ ସ୍ୱାଧୀନ ଭାରତରେ ଅହମ୍ମଦାବାଦରେ ପ୍ରଥମ ଲାବୋରୋଟୋରୀ ନିର୍ମାଣ କରିଥିଲେ।

ପ୍ରଯୁକ୍ତି ବିଦ୍ୟାରେ ଭାରତ ଅନ୍ୟ ଦେଶ ତୁଳନାରେ ବହୁତ ପଛରେ ଥିଲା। ବିଜ୍ଞାନ ଓ ମହାକାଶ କ୍ଷେତ୍ରରେ ଭାରତକୁ ବିଶ୍ୱର ଅନ୍ୟତମ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ତାଙ୍କର ସ୍ୱପ୍ନ ଥିଲା।

୧୯୬୯ରେ ଇସ୍ରୋ ପ୍ରତିଷ୍ଠା କରିବାରେ ତାଙ୍କର ବଡ଼ ଅବଦାନ ରହିଥିଲା। କେବଳ ଇସ୍ରୋ ନୁହେଁ ଦେଶର ବିଭିନ୍ନ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ମଧ୍ୟ ରହିଛି।

ଆଜି ତାଙ୍କ ଜନ୍ମଦିନ ଅବସରରେ ସାରାଦେଶ ତାଙ୍କୁ ମନେ ପକଉଛି। ଗୁଗୁଲ ଏକ  ସ୍ପେଶାଲ ଡୁଡୁଲ କରି ତାଙ୍କୁ ସଲାମ ଜଣାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପ୍ରମୁଖ ଟୁଇଟ କରି ସାରାଦେଶକୁ ତାଙ୍କର ଭୂମିକା ସଂପର୍କରେ ଜଣାଇଛନ୍ତି।

Comment