ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମହାପର୍ବ ପାଇଁ ପୁଣି ଗୁଗଲ ଡୁଡଲ ପ୍ରସ୍ତୁତ କରି ଗଣତନ୍ତ୍ରର ଏହି ଉତ୍ସବକୁ ସମ୍ମାନ ପ୍ରଦାନ କରିଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଗୁଗଲ ଭୋଟଦାତାମାନଙ୍କୁ ଅପିଲ କରିଛି। ଏଥିସହିତ ଭୋଟ କେମିତି ଦିଆଯିବ ତାହାର ସମଗ୍ର ପ୍ରକ୍ରିୟାକୁ ମଧ୍ୟ ଗୁଗଲ ବୁଝାଇଛି।

ଗୁଗଲ ଏପ୍ରିଲ୍ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବି ସମାନ ଡୁଡୁଲ ପ୍ରସ୍ତୁତ କରିଥିଲା।

ଭାରତରେ ନିର୍ବାଚନ ପ୍ରକ୍ରିୟାର ଗୋଟିଏ ବଡ଼ କଥା ହେଉଛି ଆଙ୍ଗୁଠିରେ କାଳି ଲଗାଇବା। ଆଙ୍ଗୁଠିରେ ନୀଳ ସିହାଇ ଲଗାଇବାର ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କ ଭାଗିଦାରୀକୁ ସୂଚେଇବା।

ଏହି କ୍ରମରେ ଗୁଗଲ ବି ଆଙ୍ଗୁଠିରେ କାଳି ଲଗାଇ ତାର ଡୁଡ଼ଲକୁ ହୋମ ପେଜରେ ଦେଇଛି। ଏଥିରେ ‘ଭାରତର ୨୦୧୯ ନିର୍ବାଚନ’ ଏହି କ୍ୟାପ୍ସନ ଲେଖାଯାଇଛି।

୫୪୩ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ୧୧ ଏପ୍ରିଲ, ୧୮ ଏପ୍ରିଲ, ୨୩ ଏପ୍ରିଲ, ୨୯ ଏପ୍ରିଲ, ୬ ମେ’, ୧୨ ମେ’ ଓ ୧୯ ମେ’ରେ ଭୋଟ୍ ଗ୍ରହଣ ହେବ। ୨୩ ମେ’କୁ ଗଣତି ହେବ।

Comment