ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭାରତର ନିର୍ବାଚନ ମହାପର୍ବ ପାଇଁ ଗୁଗଲ ବି ଡୁଡଲ ପ୍ରସ୍ତୁତ କରି ଗଣତନ୍ତ୍ରର ଏହି ଉତ୍ସବକୁ ସମ୍ମାନ ପ୍ରଦାନ କରିଛି। ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଗୁଗଲ ଭୋଟଦାତାମାନଙ୍କୁ ଅପିଲ କରିଛି। ଏଥିସହିତ ଭୋଟ କେମିତି ଦିଆଯିବ ତାହାର ସମଗ୍ର ପ୍ରକ୍ରିୟାକୁ ମଧ୍ୟ ଗୁଗଲ ବୁଝାଇଛି।

ଭାରତରେ ନିର୍ବାଚନ ପ୍ରକ୍ରିୟାର ଗୋଟିଏ ବଡ଼ କଥା ହେଉଛି ଆଙ୍ଗୁଠିରେ କାଳି ଲଗାଇବା। ଆଙ୍ଗୁଠିରେ ନୀଳ ସିହାଇ ଲଗାଇବାର ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କ ଭାଗିଦାରୀକୁ ସୂଚେଇବା।ଏହି କ୍ରମରେ ଗୁଗୁଲ ବି ଆଙ୍ଗୁଠିରେ କାଳି ଲଗାଇ ତାର ଡୁଡ଼ଲକୁ ହୋମ ପେଜରେ ଦେଇଛି।ଏଥିରେ ‘ଭାରତର ୨୦୧୯ ନିର୍ବାଚନ’ ଏହି କ୍ୟାପ୍ସନ ଲେଖାଯାଇଛି।

Comment