ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁବେଳେ ଅନ୍ୟମାନଙ୍କ ଜନ୍ମଦିନକୁ ମନେ ପକାଇ ସ୍ପେଶାଲ ଡୁଡଲ କରୁଥିବା ଗୁଗଲ ଆଜି ନିଜ ଜନ୍ମଦିନ ନିଜେ ପାଳିଛି। ଏଥିପାଇଁ ଏକ ସ୍ପେଶାଲ ଡୁଡଲ ମଧ୍ୟ କରିଛି। ଏଥିରେ ୧୯୯୮ରୁ ପୁରୁଣା କମ୍ପ୍ୟୁଟରକୁ ଦେଖାଯାଇଛି। ସେଥିରେ ୯୮.୯. ୨୭ ଲେଖାଯାଇଛି। ଗତବର୍ଷ ଗୁଗଲ ତା’ର ଜନ୍ମଦିନରେ ଏକ ଭିଡିଓ ଡୁଡଲ ଜାରି କରିଥିଲା।

ଜାଣନ୍ତୁ କେମିତି ହୋଇଥିଲା ଗୁଗଲର ଆରମ୍ଭ?

୧୯୯୮, ସେପ୍ଟେମ୍ବର ୨୭ରେ ଔପଚାରିକ ଭାବେ ଗୁଗଲର ଆରମ୍ଭ ହୋଇଥିଲା ୧୯୯୬ରେ ଷ୍ଟାନଫୋର୍ଡର ଦୁଇ ଛାତ୍ର ଲାରୀ ପେଜ୍‌ ଓ ସର୍ଜି ୟବିନଙ୍କ ଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲ। ଏବେ ଇଣ୍ଟରନେଟ ସର୍ଚ୍ଚ ଇଞ୍ଜନ ଭାବେ ଗୁଗଲ ସବୁଠୁ ବଡ଼ ପ୍ଲାଟଫର୍ମ। ଗୁଗଲ ଏକ କମ୍ପାନୀ ଭାବେ ସେପ୍ଟେମ୍ବର ୪, ୧୯୯୮ରେ ରେଜିଷ୍ଟର ହୋଇଥିଲ।।

ଆଜି ସମୟରେ ଗୁଗଲର ସର୍ଚ୍ଚ ଇଞ୍ଜିନ୍ କୋଟି କୋଟି ଲୋକଙ୍କୁ ସାହାଯ୍ୟ କରି ଚାଲିଛି । ୨୦୦୯ ମସିହାରେ CamScore ଦ୍ୱାରା ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ଗୁଗଲର ଏହି ସର୍ଚ୍ଚ ଇଂଜିନ ବିଶ୍ୱର ସର୍ବ ବୃହତ ସର୍ଚ୍ଚ ଇଂଜିନ।

ବର୍ତ୍ତମାନ ଗୁଗୁଲ ସର୍ଚ୍ଚରେ ଭୟେସ୍ ଟାଇପିଂ ଭଳି ବିଚକ୍ଷଣ ସେବା ରହିଅଛି।

Comment