ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲା
  • ବନ୍ୟା ମୁକାବିଲା ପାଇଁ ଚାଲିଛି ଆଲୋଚନା
  • ଦୁର୍ବଳ ନଦୀ ବନ୍ଧକୁ ନେଇ ଚାଲିଛି ସମୀକ୍ଷା
  • ବାଲି ବସ୍ତା ମହଜୁଦ ରଖିବାକୁ ନିର୍ଦ୍ଦେଶ

ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା। ଏଥିପାଇଁ ଜଳସମ୍ପଦ ବିଭାଗ ଆଲର୍ଟ ଜାରି କରିଛି। ଇଞ୍ଜିନିୟର ଓ ଅଧିକାରୀମାନେ ହେଡ୍‌କ୍ୱାର୍ଟର ନଛାଡ଼ିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ହେଡ୍‌କ୍ୱାର୍ଟରରେ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲା ରହିଛି। ଏଠାରେ ଅଧିକାରୀମାନେ ରହି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ଆଲୋଚନା ଚଳାଇଛନ୍ତି।

ଦୁର୍ବଳ ନଦୀ ବନ୍ଧର ସ୍ଥିତି ସମୀକ୍ଷା କରାଯାଉଛି। ବାଲି ବସ୍ତା ମହଜୁଦ ରଖିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତାକାଳି ହୀରାକୁଦରୁ ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡ଼ାଯିବ। ୧୧ ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଚାଲିଛି।

୧୫ ତାରିଖ ସକାଳ ୬ଟାରୁ ୧୦ଟା ମିତରେ ମୁଣ୍ଡଳିରେ ବନ୍ୟା ଜଳ ପ୍ରବେଶ କରିବ। ୧୧.୫ ଲକ୍ଷ କ୍ୟୁସେକ୍‌ ଜଳ ମୁଣ୍ତଳି ଦେଇ ନିଷ୍କାସିତ ହେବ।

LEAVE A REPLY

Please enter your comment!
Please enter your name here