ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର କୋଟପାଡ଼ ବ୍ଲକର ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଲୋକଙ୍କ ସସମ୍ୟାକୁ ନଜରରେ ରଖି କୋଟପାଡ଼ ବିଧାୟକ ତଥା ମନ୍ତ୍ରୀ ପଦ୍ମୀନି ଦିଆନ ୨ଟି ମୋଟର ଚାଳିତ ବୋଟ୍‌ର ଶୁଭାରମ୍ଭ କରିଛନ୍ତି।

ଇନ୍ଦ୍ରାବତୀ ନଦୀ କୂଳରେ ବସବାସ କରୁଥିବା ସତରଙ୍ଗା ଓ ଦୁର୍ଗମ ଅଞ୍ଚଳର ଛତର୍ଲା ପଞ୍ଚାୟତବାସୀ ଯାତାୟାତ କରିବା ପାଇଁ କୋଲାବ ନଦୀରେ ଡଙ୍ଗା ଚଳାଚଳ ଲାଗି ସରକାରଙ୍କ ନିକଟରେ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ। ଲୋକଙ୍କ ସୁବିଧା ପାଇଁ କୋଟପାଡ଼ ବିଧାୟକ ୨ଟି ମୋଟରଚାଳିତ ବୋଟ୍‌ର ବ୍ୟବସ୍ଥା କରିଛନ୍ତି।

ଏହି ବୋଟ୍ ଉଦ୍‌ଘାଟନ ଦ୍ୱାରା ୨୦ରୁ ଅଧିକ ଗ୍ରାମବାସୀ ଉପକୃତ ହୋଇଛନ୍ତି। ଏହି ଶୁଭାରମ୍ଭ କାଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳଶୀ ମାଝି, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

Comment