ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜି ତୃତୀୟ ଦିନିକିଆ ଖେଳାଯିବ। ୩ଟିକିଆ ମ୍ୟାଚର ଏହି ସିରିଜରେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା ବେଳେ ଗୋଟିଏ ମ୍ୟାଚ ଭାରତ ବିଜୟୀ ହୋଇ ୧-୦ରେ ଆଗୁଆ ରହିଛି। ତେବେ ଶେଷ ମ୍ୟାଚ ଜିତି ଭାରତ ଏହି ସିରିଜ ହାତେଇବା ଲକ୍ଷ୍ୟରେ ରହିବ।

ପ୍ରଥମ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା। ଦ୍ଵିତୀୟ ଦିନିକିଆରେ ବର୍ଷା ବାଧକ ହୋଇଥିଲେ ମଧ୍ୟ ଭାରତ ଡିଏଲ ନିୟମରେ ୫୯ରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ବିରାଟ କୋହଲି ଦମଦାର ୧୨୦ରନ କରି ଶତକ ହାସଲ କରିଥିଲେ। ତାଙ୍କ ସହ ଶ୍ରେୟାସ ଆୟର ମଧ୍ୟ ୭୧ରନର ଚମତ୍କାର ଇଂନିସ ଖେଳିଥିଲେ।

ସେହିପରି ଓ୍ଵେଷ୍ଟଇଣ୍ଡିଜ ମଧ୍ୟ ଏହି ମ୍ୟାଚକୁ ଜିତି ସିରିଜ ବରାବର କରିବା ଲକ୍ଷ୍ୟର ରହିବ। ଦଳ ପକ୍ଷରୁ କ୍ରିସ ଗେଲ ଦଳକୁ ବିଜୟୀ କରାଇ ପାରନ୍ତି ବୋଲି ଦଳ ଭରସା ରଖିଛି। ତେବେ ଏଭିନ୍ ଲୁଇସ୍ଙ୍କ ପ୍ରଦର୍ଶନ ଉପରେ ମଧ୍ୟ ଦଳ ଭରସା ରଖିଛି।

ଭାରତ ଏକାଦଶ: ରୋହିତ ଶର୍ମା, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ଶ୍ରେୟସ ଆୟର୍, କେଦାର ଯାଦବ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଖଲୀଲ ଅହମ୍ମଦ, କୁଲଦୀପ ଯାଦବ।

ୱେଷ୍ଟଇଣ୍ଡିଜ୍ ଏକାଦଶ: କ୍ରିସ୍ ଗେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍ (ୱିକେଟକିପର), ଶିମରନ୍ ହେଟମେୟର୍, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), ଓଶାନି ଟମାସ୍, କାର୍ଲସ୍ ବ୍ରାଥୱେଟ୍, କେମାର ରୋଚ୍, ଶେଲଡନ୍ କଟ୍ଟରେଲ୍।

Comment