ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୧୫ରେ ପୂରା ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ। ଦୀର୍ଘ ୭୩ ବର୍ଷ ପରେ କଶ୍ମୀର ପାଳିବ ଭାରତୀୟ ସ୍ୱାଧୀନତା ଦିବସ। ଜମ୍ମୁରୁ ଆରମ୍ଭ କରି କଶ୍ମୀର ଓ ଲଦାଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମ ଓ ପଞ୍ଚାୟତ ପାଳିବ ଭାରତୀୟ ସ୍ୱାଧୀନତା ଦିବସ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ଅନୁଛେଦ ୩୫ ଏ’ ହଟିବା ପରେ ପୂରା ଦେଶରେ ପ୍ରଥମ ସ୍ୱାଧୀନତା ଦିବସ ପାଳିତ ହେବ।  ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀନଗର ଶେର-ଏ- କଶ୍ମୀର ଷ୍ଟାଡିୟମରେ ଜମ୍ମୁ କଶ୍ମୀର ପୋଲିସ୍‌ ପରେଡ୍‌ ଅଭ୍ୟାସ କରିଛନ୍ତି।

ସ୍ୱାଧୀନତା ଦିବସରେ ପରେଡ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି। ଜମ୍ମୁ ସେଣ୍ଟ୍ରାଲ ୟୁନିଭର୍ସିଟିରେ ପଢ଼ୁଥିବା ଛାତ୍ରୀମାନେ ଏଥିରେ ଭାଗ ନେବେ।

Comment