ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କେଇ ଘଣ୍ଟା ପରେ ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ। ଏହାକୁ ଦୃଷ୍ଟିରେ ରଖି ଭାରତର ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଦେଶକୁ ସମ୍ବୋଧନ କରିବେ।

ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ନେତା ମନ୍ତ୍ରୀ ଯୋଗଦେବା ସହ ବହୁ ଭିଆଇପି ବ୍ୟକ୍ତି ମଧ୍ୟ ଯୋଗଦେବେ। ସେଥିପାଇଁ ଲାଲକିଲ୍ଲା ନିକଟ ଅଞ୍ଚଳରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଲାଲକିଲ୍ଲାକୁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି।

ପରେଡ୍‌ ଅଭ୍ୟାସ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ମଧ୍ୟ ବିଶେଷ ବ୍ୟବସ୍ଥା କରିଛନ୍ତି। ଗାଡ଼ି ଚଳାଚଳରେ ଯେମିତି କୌଣସି ଅସୁବିଧା ନ ଉପୁଜେ ସେଥିପାଇଁ ଟ୍ରାଫିକ ପୋଲିସ୍‌ ଆଲର୍ଟ ରହିଛନ୍ତି। ସେହିପରି ଦିଲ୍ଲୀ ପୋଲିସ୍, ପାରାମିଲିଟାରୀ ଯବାନମାନେ ପାର୍କିଂ ଏରିଆରେ ନଜର ରଖିବେ।

ଏଥିସହ ଅନୁସନ୍ଧାନକାରୀ କୁକର ମଧ୍ୟ ମୁତୟନ ରହିବେ। ଲାଲକିଲ୍ଲାକୁ ଯାଉଥିବା ସମସ୍ତ ରାସ୍ତାକୁ ନଜରରେ ରଖାଯିବ। ସୁରକ୍ଷା ଦୃଷ୍ଟିରୁ ଲାଲକିଲ୍ଲାରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି।

ଜଣେ ପୋଲିସ ଅଧିକାରଙ୍କ କହିବା ଅନୁସାରେ ଦିଲ୍ଲୀ ଏୟାରପୋର୍ଟ, ରେଳଷ୍ଟେସନଗୁଡ଼ିକରେ ଗତ ୩ଦିନ ହେବ ଯାଞ୍ଚ ପ୍ରକିୟାକୁ କଡ଼ାକଡ଼ି କରାଯାଇଛି।

ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦ ହଟିବା ପରେ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଆତଙ୍କୀ ହମଲାରେ ହେବ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହାପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି।

Comment