ଓଡ଼ିଶାଲାଇଭ୍ ବ୍ୟୁରୋ

ହୀରାକୁଦ ଡ୍ୟାମରୁ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍‌ ଖୋଲା ଯାଇଛି। ପ୍ରଥମେ ୨ଟି ଗେଟ୍‌ ଖୋଲିଥିଲା ଏବଂ ପରେ ଆଉ ୧୪ଟି ଗେଟ୍‌ ଖୋଲାଯାଇଥିଲା। ବର୍ତ୍ତମାନ ୧୬ଟି ଗେଟ୍‌ ଦେଇ ପାଣି ଜଳ ନିଷ୍କାସିତ ହେଉଛି।

ହୀରାକୁଦ ୧୬ଟି ଗେଟ୍‌ ଖୋଲିଥିବାରୁ ତଳମୁଣ୍ଡରେ ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।

୧୪ ତାରିଖରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ା ଯାଇଥିଲା। ଗୋଟିଏ ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିଲା। ୩ ଘଣ୍ଟା ପରେ ଗେଟ୍‌ ବନ୍ଦ କରି ଦିଆଯାଇଥିଲା। ହେଲେ ହୀରାକୁଦ ଜଳଭଣ୍ଡାରରେ ଜଳ ସ୍ତର ବଢ଼ିବାରୁ ୧୬ଟି ଗେଟ୍‌ ଖୋଲାଯାଇଥିଲା।

୧୬ଟି ଗେଟ୍‌ ଦେଇ ୨ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ ଛଡ଼ାଯିବ। ଏହି ପାଣି ପହଞ୍ଚିବା ପରେ ଖଇରମାଳ ଦେଇ ପ୍ରାୟ ୪ ଲକ୍ଷ ୩୫ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେବ। ମୁଣ୍ଡଳି ଦେଇ ୫ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ।

Comment