ଓଡ଼ିଶାଲାଇଭ ବ୍ୟୁରୋ

ସ୍ଵାଧୀନତା ଦିବସରେ ଲୋକମାନଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବାକୁ କଟକର ବିଙ୍ଗ କଟକିଆ ସଂଗଠନର ଯୁବକମାନେ ବାରବାଟି ଷ୍ଟାଡିୟମରେ ‘ସଲାମ୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେମାନେ ସ୍ଵାଧୀନତା ଦିବସ ଉପଲକ୍ଷେ ଷ୍ଟାଡିୟମକୁ ପରେଡ ପାଇଁ ଆସିଥିବା ଛାତ୍ରଛାତ୍ରୀ, ଯୁବକ, ଯୁବତୀ ସମସ୍ତଙ୍କ ମୁହଁରେ ତ୍ରିରଙ୍ଗା ଆଙ୍କିଥିଲେ। ଏଥିପାଇଁ ସେମାନେ କୌଣସି ଦେୟ ମଧ୍ୟ ନେଉନାହାନ୍ତି।

ଆଜି ସକାଳୁ ପ୍ରାୟ ୧ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେମାନେ ତ୍ରିରଙ୍ଗାରେ ରଙ୍ଗିନ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ଲଗାଇବାକୁ ଅଧିକ ଉତ୍ସାହିତ ଥିଲେ। ଏହି ‘ସଲାମ୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ଇଫତକର ଅହମ୍ମଦ, ସରୋଜ ସିଂ, ସୁମିତ ସିଂ, ସଞ୍ଜିତ ସିଂ, ଶ୍ରୀରାମ ଓ ରାକେଶ ଉପସ୍ଥିତ ରହି ସମସ୍ତଙ୍କ ମୁହଁରେ ତ୍ରିରଙ୍ଗା ଆଙ୍କି ଥିଲେ।

ଏନେଇ ସଂଗଠନର ଜଣେ ସଦସ୍ୟ ସରୋଜ ସିଂ କହିଛନ୍ତି, “ଆମେ ପ୍ରତି ବର୍ଷ ଏଭଳି କାର୍ଯ୍ୟ କରୁଛୁ। ପ୍ରଥମେ ବହୁତ କମ୍‌ ପିଲା ଆସୁଥିଲେ। ତେବେ ଏହା ସବୁ ବର୍ଷ ହେବା ଯୋଗୁଁ ପିଲାମାନଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ତେବେ ଏହି କାର୍ଯ୍ୟକ୍ରମ ଦ୍ଵାରା ଆମେ ଏହି ଆଗ୍ରହକୁ ଆଗକୁ ନେଇଯିବାକୁ ଚାହୁଁଛୁ।“

ଏହି କାର୍ଯ୍ୟ ସେମାନେ କେବଳ ସାଧାରଣତନ୍ତ୍ର ଦିବସ ଓ ସ୍ଵାଧିନତା ଦିବସରେ କରିଥାନ୍ତି। ଏହା ପ୍ରାୟ ୪ ବର୍ଷ ହୋଇଯିବ ଏହି ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Comment