ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ହୀରାକୁଦରେ ଆଜି ଆଉ ୪ଟି ଗେଟ ଖୋଲିଛି। ଆଜି ସକାଳୁ ବନ୍ୟା ଜଳ ନିଷ୍କାସନ ପାଇଁ ବୁର୍ଲା ପଟୁ ଗୋଟିଏ ଓ ହୀରାକୁଦ ପଟୁ ଗୋଟିଏ ଗେଟ ଖୋଲାଯାଇଥିଲା। ଏହା ପରେ ପୁଣି ୧୪ଟି ଗେଟ୍‌ ଖୋଲାଯାଇଥିଲା। ବର୍ତ୍ତମାନ ପୁଣି ଆଉ ୪ଟି ଗେଟ ଖୋଲିଛି। ଏହାସହ ସମୁଦାୟ ୨୦ଗେଟ୍‌ ଖୋଲା ସରିଲାଣି।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୧.୮୫ ଫୁଟ୍‌ ରହିଥିଲା। ଡ୍ୟାମର ଜଳସ୍ତରକୁ ୬୧୯ରୁ ୬୨୦ ଫୁଟ ରଖିବାକୁ ୧୬ଟି ଗେଟ ଖୋଲାଯାଇଥିଲା। ମାତ୍ର ଜଳସ୍ତର ପୁଣି ବଢ଼ିବାରୁ ଆଉ ୪ଟି ଖୋଲାଯାଇଛି।

Comment