ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଲା। ପୁଣିଥରେ ରବି ଶାସ୍ତ୍ରୀଙ୍କୁ ମିଳିଲା ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଦାୟିତ୍ୱ। ଟିମ୍‌ର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଏହି ନିଷ୍ପତି ନେଇଛନ୍ତି। ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି।

ବୈଠକରେ ଟିମ୍‌ ଇଣ୍ଡିଆର ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀଙ୍କୁ ପୁଣି ଥରେ ଏହି ପଦ ପାଇଁ ଚୟନ କରାଯାଇଛି। ଶାସ୍ତ୍ରୀ ୨୦୨୧ ମସିହା ଯାଏଁ ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ପଦବୀରେ ରହିବେ।

ଟିମ୍‌ ଇଣ୍ଡିଆର କୋଚ୍‌ ଚୟନ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ରାୟ ନିଆଯାଇ ନାହିଁ। ହେଲେ, ଶାସ୍ତ୍ରୀ ପୁଣିଥରେ ଟିମ୍‌ ଇଣ୍ଡିଆର କୋଚ୍‌ ରୁହନ୍ତୁ ବୋଲି ବରାଟ ମଧ୍ୟ ଚାହୁଁଥିଲେ।

Comment