ଓଡ଼ିଶାଲାଇଭ୍ ବ୍ୟୁରୋ

 

 

ଜମିର ଖଜଣା ଟଙ୍କା ଦେବା ପାଇଁ ଏବେ ସରକାରୀ ଅଫିସ୍‌ ଦଉଡ଼ିବାକୁ ପଡ଼ିବନି। ଏଣିକି ଅନ୍‌ଲାଇନ୍‌ରେ ପୈଠ କରିପାରିବେ ଜମିର ଖଜଣା।

ଗୁରୁବାର ସ୍ୱାଧୀନତା ଦିବସ ଅବସରରେ ଲୋକସଭା ଭବନରେ ଏହି ଅନ୍‌ଲାଇନ୍‌ ସେବାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଏହି ସେବା ଉଦ୍‌ଘାଟନ କରି କହିଛନ୍ତି, ‘‘ଖଜଣା ଦେବା ଆଉ ସମସ୍ୟା ହେବ ନାହିଁ। ଯେଉଁମାନଙ୍କୁ ଖଜଣା ଦେବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯିବାକୁ ପଡ଼ୁଥିଲା। ସେମାନେ ସୁବିଧାର ସହ ଅନ୍‌ଲାଇନ୍‌ରେ ଖଜଣା ପୈଠ କରିପାରିବେ।’’

ଏହି ଅନ୍‌ଲାଇନ୍‌ ପ୍ରକ୍ରିୟା ଅତ୍ୟନ୍ତ ସରଳ। ଚାଷୀମାନେ ଗୋଟେ ମିନିଟ୍‌ରେ ରାଜସ୍ଵ ପୈଠ କରି ରିସିପ୍ଟ ଡାଉନ୍‌ଲୋଡ୍‌ କରିପାରିବେ।

http://revenueodisha.gov.in/ ଅନ୍‌ଲାଇନ୍‌ ଓ୍ୱେବ୍‌ସାଇଟ୍‌ରେ ଖଜଣା ପୈଠ କରିପାରିବେ।

Comment