ଓଡ଼ିଶାଲାଇଭ୍ ବ୍ୟୁରୋ

ଆମ୍ରି ହସ୍ପିଟାଲର ଔଷଧ ବିତରଣ କେନ୍ଦ୍ରକୁ (ଫାର୍ମାସି) ଦୁଇଦିନ ପାଇଁ ବନ୍ଦ ରଖିବାକୁ ନୋଟିସ୍ ଜାରି କରିଛି ରାଜ୍ୟ ଡ୍ରଗସ୍ ନିର୍ଦ୍ଦେଶାଳୟ।

କିଛିଦିନ ପୂର୍ବରୁ ଆମ୍ରି ହସ୍ପିଟାଲର ଔଷଧ ବିତରଣ କେନ୍ଦ୍ରରେ ଡ୍ରଗସ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଫାର୍ମାସିର ଅନେକ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା। ଏହାପରେ ଯାଞ୍ଚ କାଗଜପତ୍ର ସମ୍ବନ୍ଧରେ ହସ୍ପିଟାଲକୁ ନୋଟିସ୍ କରାଯିବାପରେ ମଧ୍ୟ ହସ୍ପିଟାଲ ପକ୍ଷରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରିନଥିଲା। ଏହାପରେ ଡ୍ରଗ୍‌ସ ନର୍ଦ୍ଦେଶାଳୟ ହସ୍ପିଟାଲର ଫାର୍ମାସିକୁ ବନ୍ଦ କରିବାକୁ ନୋଟିସ୍ କରିଛି।

ପୂର୍ବରୁ ରାଜଧାନୀର ଅଧିକାଂଶ କର୍ପୋରେଟ୍ ହସ୍ପିଟାଲରେ ରୋଗୀମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଅଭିଯୋଗପରେ ଡ୍ରଗ୍‌ସ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ଚଢ଼ାଉ ଜାରି କରାଯାଇଛି। ଆମ୍ରି ହସ୍ପିଟାଲ ପୂର୍ବରୁ କଳିଙ୍ଗ ହସ୍ପିଟାଲରେ ମଧ୍ୟ ଏଭଳି ଚଢ଼ାଉ କରାଯାଇଥିଲା।

Comment