ଓଡ଼ିଶାଲାଇଭ୍ ବ୍ୟୁରୋ

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଘରୋଇ ହସ୍ପିଟାଲରେ ମିଳିବ ପ୍ରଥମ ୪୮ ଘଣ୍ଟାର ମାଗଣା ଚିକିତ୍ସା। ଭୁବନେଶ୍ଵରର ଆପୋଲୋ ଓ ଆମ୍ରି ଏବଂ କଟକର ଅଶ୍ୱିନୀ ହସ୍ପିଟାଲରେ ଏହି ସୁବିଧା ଯୋଗାଇ ଦିଆଯିବ।

ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତି। ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଘରୋଇ ହସ୍ପିଟାଲରେ ପ୍ରଥମ ୪୮ ଘଣ୍ଟା ମାଗଣା ଚିକିତ୍ସା ଦିଆଯିବ। ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ପ୍ରଥମେ ଭୁବନେଶ୍ୱରର ଆପୋଲୋ ଓ ଆମ୍ରି ଏବଂ କଟକର ଅଶ୍ୱିନୀ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ।

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲ ଆସିଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନା ସୁବିଧା, ଅସ୍ତ୍ରୋପଚାର ଏବଂ ଜଟିଳ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ। ସରକାର ଏଥିପାଇଁ କରିଥିବା ସ୍ଵତନ୍ତ୍ର ପାଣ୍ଠିରୁ ସଂପୃକ୍ତ ହସ୍ପିଟାଲକୁ ଟଙ୍କା ଯୋଗାଇ ଦିଆଯିବ। ଫଳରେ ରାସ୍ତାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ଆସି ହଇରାଣ ହେଉଥିବା ବ୍ୟକ୍ତି ଏଣିକି ତୁରନ୍ତ ଓ ସହଜରେ ଚିକିତ୍ସା ସୁବିଧା ପାଇ ପାରିବେ।

ସରକାରଙ୍କର ଏହି ଯୋଜନାର ସୁପରିଚାଳନା ଏବଂ ଆହତ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବାକୁ ଯୁଗ୍ମ ଡିଏମଇଟିଙ୍କ ସମେତ ଏକ ତିନି ଜଣିଆ ପ୍ରତିନିଧି ଦଳ ଚୟନ କରାଯାଇଛି। ସେମାନଙ୍କୁ ଆବଶ୍ୟକ ପଡ଼ିଲେ ନିମ୍ନଲିଖିତ ନମ୍ବରକୁ କଲ୍‌ କରି ଯୋଗାଯୋଗ କରିପାରିବେ।

  • ଡକ୍ଟର ଅନୀଲ କୁମାର ସାହୁ – ଯୁଗ୍ମ ଡିଏମଇଟି ଭାରପ୍ରାପ୍ତ – ମୋବାଇଲ ନମ୍ବର – ୯୪୩୭୦୫୪୯୩୦
  • ମାନିଲାଲ୍ ଗୁପ୍ତା – ମୋବାଇଲ ନମ୍ବର – ୯୪୩୯୯୯୮୧୫୩
  • ଦିଲ୍ଲୀପ କୁମାର ନନ୍ଦ – ମୋବାଇଲ ନମ୍ବର – ୯୩୪୮୬୭୭୧୩୩

Comment