ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର କଳିଙ୍ଗ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୁଇଦିନ ତଳେ ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢ଼ଉ କରାଯିବା ସହ କେତେକ ଔଷଧ ବିକ୍ରି ଉପରେ କଟକଣା ଜାରି କରାଯାଇଥିଲା।

ଆଗାମୀ ସପ୍ତାହ ମଧ୍ୟରେ ଏହି ନୋଟିସ୍‌ର ଉତ୍ତର ରଖିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

କଳିଙ୍ଗ ହସ୍ପିଟାଲ ବିରୋଧରେ ଅନେକ ଅଭିଯୋଗ ଆସିବା ପରେ ଏହି ଚଢ଼ଉ କରାଯାଇଥିଲା। ସେଣ୍ଟ୍ରାଲ ଡ୍ରଗ୍ ହାଉସକୁ ୪ଟି ପଏଣ୍ଟରେ ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ଓପିଡି ଓ ଆଇପିଡିକୁ ଅନ୍ୟାନ୍ୟ ପଏଣ୍ଟରେ ଉତ୍ତର ରଖିବାକୁ କୁହାଯାଇଛି।

ଯଦି ଏହି ସପ୍ତାହ ଭିତରେ ଉତ୍ତର ନ ରଖାଯାଏ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ କୁହାଯାଇଛି।

କଳିଙ୍ଗ ହସ୍ପିଟାଲରେ ଡ୍ରଗ୍‌ସ କଣ୍ଟ୍ରୋଲ କାର୍ଯ୍ୟାଳୟର ଚଢ଼ଉ ସମୟରେ ୬ ପ୍ରକାରର ଔଷଧ ବିକ୍ରି ଉପରେ କଟକଣା ଜାରି କରାଯାଇଥିଲା।

ଏହାସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଛି।

Comment