ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ହସ୍ପିଟାଲରେ ଔଷଧ ନିୟନ୍ତ୍ରଣ ବିଭାଗ ତଥା ଡ୍ରଗ୍‌ସ କଣ୍ଟ୍ରୋଲ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ୬ ପ୍ରକାରର ଔଷଧ ବିକ୍ରି ଉପରେ କଟକଣା ଜାରି କରାଯାଇଛି।

ଜବତ କରାଯାଇଥିବା ଔଷଧର ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତି ଔଷକ୍ଷକୁ ବିକ୍ରି ତଥା ବ୍ୟବହାର କରିପାରିବେ ନାହିଁ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶୁକ୍ରବାର ଭୁବନେଶ୍ୱର ଡ୍ରଗ୍‌ସ କଣ୍ଟ୍ରୋଲ ଇନ୍ସପେକ୍ଟର (ଡିଆଇ) ରେଞ୍ଜ୧ ଓ ୨ର ଡିଆଇ କଳିଙ୍ଗ ହସ୍ପିଟାଲର ଫାର୍ମାସିରେ ଯାଞ୍ଚ କରିଥିଲେ। ଔଷଧ କିଣା ନେଇ ବିଲିଂର ଯାଞ୍ଚ କରାଯାଇଥିଲା। ୩ଘଣ୍ଟା ଧରି ଏହି ଯାଞ୍ଚ କରାଯାଇଥିଲା।

ଆଗାମୀ ଦିନରେ ରାଜଧାନୀ ସମତେ କଟକର ଘରୋଇ ଡାକ୍ତରଖାନାରେ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି।

Comment