ଓଡ଼ିଶାଲାଇଭ୍ ବ୍ୟୁରୋ

୨ ପୂର୍ବତନ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କଲେ ରାଜ୍ୟ ସରକାର।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର। ଏହାସହ ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ୍‌ ମଧ୍ୟ ବନ୍ଦ କରିଛନ୍ତି ସରକାର।

ଏହି ୧୭ ଜଣ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଅଭିଯୋଗ ଅଣାଯାଇଥିଲା। ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଚାକିରିରୁ ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ବୌଦ୍ଧ ଜିଲ୍ଲାର ପୂର୍ବତନ ଆଇଏମ୍‌ଭି ଦେବୀପ୍ରସାଦ ପାଢ଼ୀ, ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସଚିବ ଦେବଦତ୍ତ ଦାଶ, ଉମରକୋଟ ପୌର ପରିଷଦର ଅକଟ୍ରାଇ ଟ୍ୟାକ୍ସ ସର୍କାର କାଳୀପ୍ରସାଦ ସିଂହ, ଧାମନଗର ତହସିଲର ଜୁନିଅର କ୍ଲର୍କ ବଟକୃଷ୍ଣ ବାରିକ, ଥୁଆମୂଳ ରାମପୁର ବ୍ଲକର ପୂର୍ବତନ ଭିଏଲ୍‌ଡବ୍ଲ୍ୟୁ କୃଷ୍ଣମୋହନ ଦାସ, କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ଅଶୋକ କୁମାର ସାହା, ଜୁନାଗଡ଼ ବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ପଦ୍ମମୁଖ ଶବର, ବୌଦ୍ଧ ଜିଲ୍ଲାର ପଞ୍ଚାୟତ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ।

ସେହିପରି ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ କରୁଣାକର ପଣ୍ଡା, କୁଳିଅଣା ବ୍ଲକର ପୂର୍ବତନ ଜେଇ ମଙ୍ଗଳ ସିଂ ମୁଣ୍ଡା, କୁଳିଅଣା ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୈଦ୍ୟନାଥ ମାଝି, ସାରସକଣା ବ୍ଳକର ପୂର୍ବତନ ଜେଇ ପ୍ରତାପ ଚନ୍ଦ୍ର ରାଉତ, ଥୂଆମୂଳ ରାମପୁର ଆଇଟିଡିଏର ପୂର୍ବତନ ଜେଇ ନିଗମାନନ୍ଦ ପଣ୍ଡା, ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜିତ୍ତରଞ୍ଜନ ଲାଲ୍‌ଙ୍କୁ ବରଖାସ୍ତ କରାଯାଇଛି।

ସେହିପରି କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅଶ୍ୱିନୀ କୁମାର ଶର୍ମା ଓ କଳାହାଣ୍ଡି ଡିଆର୍‌ଡିଏର ଅବସରପ୍ରାପ୍ତ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକଙ୍କ ପେନ୍‌ସନ୍‌ ସୁବିଧା ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Comment