ଓଡ଼ିଶାଲାଇଭ ବ୍ୟୁରୋ

ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ତେବେ ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ପୁଣି ଦୁଇଟି ଗେଟ ଖୋଲିଛନ୍ତି। ଫଳରେ ୭ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି।

ଅଗଷ୍ଟ ୧୮ ତାରିଖ ରାତି ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୦.୩୯ ଫୁଟ ରହିଥିଲା। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ଲକ୍ଷ ୫୧ହଜାର ୨୫୫ ଘନଫୁଟ ଜଳ ପ୍ରବେଶ କରୁଛି। ସେହିପରି ସେକେଣ୍ଡ ପ୍ରତି ୯୬ ହଜାର ୨୩ ଘନଫୁଟ ଜଳ ନିଷ୍କାସନ ହେଉଛି।

ପୂର୍ବରୁ ୨୦ ଗେଟ୍‌ ଦେଇ ଜଲ ନିଷ୍କାସନ ହୋଇଥିଲା। ଦୁଇଦିନ ପରେ ୧୫ଟି ଗେଟ ବନ୍ଦ କରାଯାଇଥିଲା। ଆଉ ୫ଟି ଗେଟ ଦେଇ ଜଳ ନିଷ୍କାସନ ହୋଇଥିଲା।

Comment